Satya Prakash
କବିତା

ମୋ ବାଲି ଘର ସେ ଧୂଳି ଝଡ଼

ମୋ ବାଲି ଘର ମୋ ଧୂଳି ଘର
—–by ସତ୍ୟ ପ୍ରକାଶ ସେଠୀ
ମୋ ବାଲି ଘର ମୋ ଧୂଳି ଘର
ମୋ ବାଲିଘର ସେ ଧୂଳି ଝଡ଼।
ବାଲି ଘର ମୋ ଭାଙ୍ଗିଗଲା
ପାଦେ କଣ୍ଟା ପଶି କଷ୍ଟ ଦେଲା।
କଷ୍ଟରୁ ସୃଷ୍ଟ ସେ ରିଷ୍ଟ ଭଲା
ରିଷ୍ଟରୁ ଧୃଷ୍ଟତା ବାଣ୍ଟି ନେଲା।
ଧୃଷ୍ଟତାରୁ ସେ ଅନିଷ୍ଟ କଲା
ଅନିଷ୍ଟରୁ ଅତି ବିନଷ୍ଟ ହେଲା।
ମୁଁ ଜାଣି ନାହିଁ ମୋ ନିଶ୍ଵାସରେ
ନିଶ୍ଵାସରେ ପୁଣି ବିଶ୍ଵାସରେ।
ଅମୂଲ୍ୟ ରତ୍ନ ସେ ନେଇଗଲା
ବାଲି ଘର ମୋର ଭାଙ୍ଗିଗଲା।
ମୋ ବାଲିଘର ମୋ ଧୂଳି ଘର
ମୋ ବାଲିଘର ସେ ଧୂଳି ଝଡ।

Related posts

ବିଦେଶଗତାଙ୍କୁ କହିବା କି ପଦେ

satya

ଝିଣ୍ଟିକା ଓ ବଣି

satya

ପ୍ରୟାସ

satya

Leave a Comment

Login

X

Register