Satya Prakash
କବିତା

ପ୍ରୟାସ

ଅନେକ ପ୍ରତିଭାଧର ବ୍ୟକ୍ତି

ଇତିହାସ ସମୁଦ୍ରେ ଝାସିକି

ନିସ୍ତରଙ୍ଗେ ତରଙ୍ଗ ଯେ ତୋଳି

ଜାଳିଛନ୍ତି ବିଦ୍ରୋହର ବହ୍ନି

ହେଲେ କ୍ଷଣକେ ଢେଉ ଉଠାଇ

ସବୁଦ୍ର ପାଣିଟା ସହ ପୁଣି

ଯାଇଛନ୍ତି ସମତୁଲ ହୋଇ  ।

ବୁଦବଦ ପରାଏ କେତେବି

ଲଭନ୍ତି ସେହୁ ବିଲୀନ ଭଜି

ତା’ର ହିସାବ ରଖିନି କେହି

ତା’ବୋଲି ବିଫଳ ହୋଇଛି କି

ପ୍ରୟାସକାନ୍ତର ପ୍ରୟାସଟି

ନା କେବେ ବିଫଳ ହେବ ଆଜି

ଉଦ୍ଯମେ ମୁଁ ତେଣୁ ହୁଏ ବ୍ରତୀ ।

ଖାଲି ତୁମ ପ୍ରଶ୍ନିଳ ମୁଦ୍ରାଟି

ମନଟାକୁ ମୋ ଦେଉଛି ଭାଙ୍ଗି

ମୁଁ ବିଫଳ ମନୋରଥ ହୋଇ

ଦଣ୍ଡେ ପଡ଼ୁଛି ଚଟାଣେ ଲୋଟି

ତେବେ ବି ପ୍ରଚେଷ୍ଟା ଅଛି ଜାରି

ସାଧନାରେ ଥାଏ ଯେଣୁ ସିଦ୍ଧି

ପରିବର୍ତ୍ତନ ଅବଶ୍ୟମ୍ଭାବୀ

ଖାଲି ତୁମେ ସାଥୀ ସହଯୋଗୀ

ଭାବ ପୋଷଣ କରନ୍ତ ଯଦି

କାମଟା ସଅଳ ଯା’ନ୍ତା ତୁଟି

ଆସ ଆମେ ଗୋଟେ ନୂଆ ପୃଥ୍ୱୀ

କରିବା ପରିକଳ୍ପନା ମିଶି

ଆସୁଥିବ ସୂର୍ଯ୍ୟଟିଏ ଉଇଁ

ଅନେକ ସମ୍ଭାବନାଏ ନେଇ  ।

ଆତ୍ମୀୟତାର ଆଲୋକ ଯହିଁ

ଥିବ ବିଶ୍ୱାସର ଫଲଗୁ ବହି

ପାରସ୍ଫରିକ ବାତାବରଣ ବି

ସୌହାର୍ଦ୍ଦ ପୂର୍ଣ୍ଣ ଥିବଟି ରହି ।

Related posts

ଶହିଦ୍ ଦିବସ

satya

ସମୟର ଆର ପାରି samayar ara pari

satya

କେହି ଦେଲେ ନାହିଁ ମୂଲ

satya

Leave a Comment

Login

X

Register