Satya Prakash
କବିତା

ରାଜନୀତିବାଲା

ନୋଟ୍ ସର୍ବସ୍ଵ ଯେ ଆମ ଭୋଟ୍ ପାଲା

ରାଜନୀତିଟା ବଢିଆ

ରାତି ଅଧିଆ ବଡ଼ ଲୋକ ପରା

ରାଜନୀତି ଆଡ଼େ ବୁଲିଆ।।

ନିର୍ବାଚନ ବେଳ ପାଖେଇ ଆସିଲା

ମାର୍କେଟେ ଗରମ ବଢେ

ନେତାଙ୍କର ଭାଉ କମି କମି ଆସେ
କୁଜି ନେତା ଭାଉ ଚଢେ।। 1
ଭୋଟର ଭକୁଆ କୁଜିନେତା ପାଲେ
ନିଜ ମତାମତ ହୁଡେ
ଦୁର୍ଭାଗ୍ୟ ଦୁଆରେ ମୁଣ୍ଡ ବିକ୍ରି କରେ
ସୌଭାଗ୍ୟ ଯାଏ ସେ କେଣେ।। 2
କୁଜିନେତା ଆମ ଅତି ସିଆଣିଆ
ନୋଟ୍ ଦେଇ ଭୋଟ କିଣେ
ମୂରୁଖ ପ୍ରଜାଏ ତେଣିକି ଯେ ଠକେ
ନିସ୍ତାର ପାଉନି କେଣେ।। 3
ଆମ ନେତା ଆମେ ଚୟନ କରିବା
ବୁଝି ସୁଝି ଭୋଟ ଦେବା
କାହାର କଥାରୁ କଅଣ ପାଇବା
କର୍ମୀ ଦେଖି ମତ ଦେବା।। 0

Related posts

ସେହି ମୁହୂର୍ତ୍ତ

satya

ବାତ୍ୟା ତାଣ୍ଡବ

satya

ଏକତା ଦିବସ

satya

Leave a Comment

Login

X

Register