Satya Prakash
କବିତା

ରୁଣୁ ଝୁଣୁ ରଣ

ମଙ୍ଗୁଆଳ ଭାଇ

ଅଗ୍ରଗାମୀ କିଏ

ଜାଗ୍ରତ ପ୍ରହରୀ

ତୁମେ ପରା ସିଏ?

ଗଣତନ୍ତ୍ରେ ପରା

ତୃତୀୟ ନେତ୍ର ଯେ

ସ୍ତମ୍ଭ ପ୍ରଥମଟି

ତୁମକୁ ସେ କହେ?

ତହୁଁ ଶୋଇଲେ କି

ଚଳିବ କି ଏଠି

ସ୍ମରେ ତୁମୁ ଆଜି

ଉଠ ବେଗି ହୋଇ।

ଦେଶର ପୁକାର

ଶୁଭୁ ନାହିଁ କି ହେ!

କର୍ଣ୍ଣ ଗୁହା ଭେଦି

ଏଡିକି କାଲ ଯେ?

ନୀରବେ ନିସ୍ପନ୍ଦେ

ଦେଖିଛି ତ କେତେ

ଅଘଟଣ ଘଟେ

ନିତି ରାସ୍ତା ଘାଟେ।

ଆମେ ଚୁପି ଦେଖେ

ସବୁ ବ୍ୟଥା ସହେ

ସ୍ୱାଭୀମାନୀ ଏଡ଼େ

ଅଭିମାନୀ ମନେ।

କାହାକୁ କହିନି

ଭରସା ପାଇନି

ତୁମକୁ କହୁଛି

ଭରସିଛି ବୋଲି।

ତୁମେ ମାତିଲେ ତ

ପରିବର୍ତ୍ତନର

ହୁଏ ସେ ଝଂକୃତ

ରୁଣୁ ଝୁଣୁ ରଣ….

 

 

 

Related posts

ଏଡ଼େ ଦାମ୍ଭିକତା

satya

ଫନି

satya

କଜଳ ପାତିଆ ଭଦ୍ରଲୋକ

satya

Leave a Comment

Login

X

Register