Satya Prakash
କବିତା

ଶାନ୍ତିର ଠିକଣା

ଅଶାନ୍ତି ଯେ ଆଜି ଘରେ ଘରେ

ଶାନ୍ତି ବୋଲିଣ  ଅଛି କି କିଛି?

ହେଲେ ଶାନ୍ତି ଖୋଜି ଖୋଜି

ଅଧେ ଖଣ୍ଡେ ହେଲେଣି ନୟାନ୍ତ

କିଏ ଶାନ୍ତି କେଉଁଠି ତା’ଘର

ପାଇଛି କି କେହି ତା’ଠିକଣା?

ତଥାପି  ସେ ଯେ ପୁଣି ଖୋଜିଛି

ଖୋଜିବାରେ ନଦେଇ ବିରାମ।

କିନ୍ତୁ କ’ଣ ଯେ କେଉଁଠି ଖୋଜେ

ଖୋଜିବାଟା ଖୋଜିବାରେ ଯାଏ

ତେବେ ଶାନ୍ତିକାମୀ ଶାନ୍ତି ଦୂତ

ଖୋଜିବାରେ ହୋଇନି ପରାସ୍ତ।

ମୋଠିଁ ଯେ ସ୍ୱାଭାବିକ କୌତୁହଳ

ଜାଣିବାର  ଗୋଟେ ଭାରି ଜିଜ୍ଞାସା

କେଉଁଟା ଶାନ୍ତି, କେଉଁଠି ତା’ ଘର

ପାଇଗଲେ ଲଭନ୍ତି  ଆସ୍ୱାଦନ

ତୁମେ ପରା ବିଜ୍ଞ ପୁଣି ଅଭିଜ୍ଞ

ଚଟୁଳ ଅନୁଭବେ ପରିପୁଷ୍ଟ

ଦେଇ କି ପାରିବ ତାହା ଠିକଣା ?

Related posts

ମୁଁ ଯଦି ବିଜୟୀ ପ୍ରାର୍ଥୀ ହୁଅନ୍ତି

satya

ଅଟଳଜୀ! ଫେରି ଆସ ତୁମେ

satya

ଗୋଡ଼ି ଓ ସିମେଣ୍ଟ

satya

Leave a Comment

Login

X

Register