Satya Prakash
କବିତା

ଶିଶୁ ଶ୍ରମିକ

Crying, Dying and Lying
few lines for the child
ଶିଶୁ ଶ୍ରମିକକୁ ଗୋତି ଖଟାଇଣ
ଲାଭ ନେଉ ଅଛ କେତେ
ସ୍ଵଳ୍ପ ପରିମାଣ ପାରିଶ୍ରମିକରେ
ଜୀବନ ଲୁଟୁଛ ସତେ।। 1
ଶିଶୁ ସନ୍ତାନଟି ସେ ତ ଦେବୋପମ
ଉଜ୍ଜ୍ଵଳ ଭବିଷ୍ୟ ତା’ର
ଶିକ୍ଷା ସିନା ତା’ ର ଏକା ଅଧିକାର
କାହିଁକି ବଞ୍ଚିତ କର? 2
ଶିଶୁ ଅଧିକାର ସୁରକ୍ଷା ସକାଶେ
ହେଉଛି ଆଇନ୍ କେତେ
ସବୁ ସେ ଯାଉଛି ଫସର ଫାଟିଣ
ଇଛା ଶକ୍ତି ନହିଁ ଏତେ।। 3
ମାନସିକ ଅବା ଶାରୀରିକ କ୍ଷେତ୍ରେ
ନୋହିଲେ ବିକାଶ ତା’ର
ଘୋଟି ଯିବ ପରା ଅନ୍ଧକାର ରାଶି
ସୃଷ୍ଟିର ସଚରାଚର।। 4
ଆଜିର ଦିବସେ ଚେତାଇ ଦେବାର
କାମଟି କେବଳ ଆମ
ତେଣିକି ଯେ ଭଲ ମନ୍ଦର ବିଚାର
ହିସାବ କରିବ ଯମ।। 0
-କବି ସତ୍ୟ ଏପ୍ରିଲ୍ 30
National child labour day
Wish you all the best

Related posts

ମୋ ଦୋଷେ ମୁଁ ଯେ କାରଣ

satya

ଜୀବନ ଗଣିତ ବହି jibana ganita bahi

satya

ଆନ୍ତର୍ଜାତିକ ଲେଭେଲ କ୍ରସିଂ ସଚେତନ ଦିବସ

satya

Leave a Comment

Login

X

Register