Satya Prakash
କବିତା

ସଂକ୍ରାନ୍ତି ଆସର

ସଂକ୍ରାନ୍ତି ଆସର ଭାରି ତ ଜମୁଛି

ବହୁ ଲୋକ ସମାଗମ
ଏମିତିକା ଗୋଟେ ପରିକଳ୍ପନା ଯେ
ଅନିଲ ଭାଇଙ୍କ କାମ।। 0
ଭାରି ସ୍ନେହ ବୋଳା କଥାରେ ମିଠାସ
ଭରିଛ କି ତୁମେ ପରା
କାଟି ପାରିଲୁନି ଆସିଛୁ ତ ଧାଇଁ
ମନରେ ସରାଗ ଭରା।। 1
ସବୁଦିନେ ତୁମେ ଏମିତି ରଖିଥା
କବିତାରେ ଭରି ସରା
ତୃଷାର୍ତ୍ତ ପାଠକେ ପାନ କରିବୁ ଯେ
ହେଉଛି ପ୍ରଖର ଖରା।। 2
ଧନ୍ୟ ତ କହିବା ଅନିଲ ଭାଇଙ୍କୁ
ଧନ୍ଯ ତୁମ କବି ବନ୍ଧୁ
ପୁରୀ ତରକାରୀ ଯାହା ଦିଅ ପଛେ
ଭରିବୁ ଉଦର ସିନ୍ଧୁ।। 3

Related posts

ପଶୁ ଓ ମଣିଷ

satya

ପ୍ରୟାସ

satya

ମୁଁ – କିଏ ଏକ ପ୍ରଶ୍ନବାଚୀ ?

satya

Leave a Comment

Login

X

Register