Satya Prakash
କବିତା

ଫୁଟାଣିଆଙ୍କୁ ପଦେ

ଫୁଟାଣିଆଙ୍କୁ ପଦେ
———————-
ଫୁଟାଣିଆଙ୍କର ବାର ବାଟି ଚାଷ
ବଡ଼ କଥା ଗଲା ନାହିଁ
ମୁହଁଟା ହେଲେ ହେଁ ଇସ୍ପାତଠୁଁ ଟାଣ
ପାଦ ସନ୍ନିପାତ କାହିଁ 1
ଯେତେ ବଡ଼ କଥା କହୁଥିଲ ତୁମେ
ସେତେ ବଡ଼ ସେ ତ ନୁହେଁ
ତଥାପି ଯଦିଚ କହୁଥାଅ ତୁମେ
ଆମକୁ ପରତେ ନୁହେଁ।। 2
ତୁମର ଚାଲାଖି ବାହାସ୍ପୋଟପଣ
ଆମେ ଅବିଦିତ ନୁହେଁ
ଯେଉଁ କିଆରୀରେ ତୁମେ ପହଁରୁ ଥା’
ଆମେ ସେ ଗହୀର ମୁହେଁ।। 3
ମିଛୁଆ ଖଚୁଆ ଦୋଚାର ଦୂଷକ
ଫୁଟାଣି ମାରୁଛ କେତେ
ବାହାସ୍ପୋଟିଆଙ୍କ ଘର ତ ଅଛିଆ
ଟିପ୍ପଣୀ କରୁଛ ଏତେ? 0
-By ସତ୍ୟ ପ୍ରକାଶ ସେଠୀ –

Related posts

କ୍ରିକେଟ କ୍ରେଜ୍

satya

ଆନ୍ତର୍ଜାତୀୟ ବୌଦ୍ଧିକ ସମ୍ପଦ ଦିବସ

satya

ନା ଲୋ ବୋଉ!

satya

Leave a Comment

Login

X

Register