ହୃଦୟ ଥଳିରେ ନାହିଁ ରଖିବାକୁ
ଦୁଃଖ ଅବସାଦ ଏତେ
ହୃଦୟଟି ଅଟେ ସୁନ୍ଦର ଫରୁଆ
ଗୋଲାପ ସ୍ନିଗ୍ଧତା ଯେତେ।। 1
ହୃଦୟବାନର ହୃଦୟରେ ପରା
ମାନବତା ଭରପୂର
ହଳାହଳ ବିଷ ନାହିଁ ତା’ର ପାଶେ
ଓଷ୍ଠେ ଶାନ୍ତି ବାଣୀ ଖର।।2
ହୃଦୟରେ ବାସ କରେ ଦୟାନିଧି
ନିର୍ମଳ ଯାହାର ମନ
ନୋହିଲେ ସଂସାର ହେବ ବିଷମୟ
ଯେତେ କର ଦାନ ଧ୍ୟାନ।। 3