Satya Prakash
Uncategorised କବିତା

ଦେନ୍ଯ

ହୋଇଥିଲେ ହନୁମାନ ମୁହିଁ

ବୁକୁ ଚିରି ଦିଅନ୍ତି ଦେଖାଇ

କି କହି ଦେବି ବିଶ୍ବାସ ପୁଣି

ମୋଟରୁ ପାରୁନି ସେ ତ ଜାଣି ।।

କେମିତି ବା ହୃଦୟ ଜିତିବି

ମୁଁ ଯେ ତୁମ ବିଶ୍ବାସରେ ନାହିଁ

ହେଲେ ଭଲପାଏ ପାଉଥିବି

ଯେପର୍ଯ୍ୟନ୍ତ ଇହଧାମେ ଅଛି ।।

ମୋତେରେ କାଳିଆ ଦୁଃଖ ତୁ ଦେ

ହେଲେ ତୋ କଥାଟି କେବେ ହେଁ

ମୋ ମନୁ ସେ ପାଶୋରା ନ ଯାଏ

ଦେ ଟିକିଏ ଏଇ ବରଟା ଦେ।।

ମୁଁ ଜାଣେ ତୁ ବଡ଼ ଅଭିମାନୀ

ମୋଠୁଁ ନେଇଛୁ ମୁହଁ ଫେରାଇ

ସେ ଅଭିମାନଟା ଗଲେ ତୁଟି

ବଳେ ମୋତେ ନେବୁ ଯେ କୋଲାଇ।।

Written by :

Satya Prakash Sethy

 

 






 

Related posts

ତେବେବି ମିଳଇ ହରି Lord of universe

satya

ସେଦିନ ମୁଁ କହୁ ନଥିଲି ନା!

satya

ଯୋଗାଯୋଗ ଓ ସଂଯୋଗ

satya

Leave a Comment

Login

X

Register