Satya Prakash
କବିତା

ହେ ଆସୁନ! ଆସ!!

ହେ! ଆସୁନ ଆସ
____by ସତ୍ୟ ପ୍ରକାଶ ସେଠୀ
ଆସୁନ ବୋଲିତ ଡାକୁଛି ଶତତଃ
ହାତ ଠାରି ଡାକେ କେହି
ପ୍ରତାରଣା କର ପ୍ରତ୍ୟାଖ୍ୟାନ ପୁଣି
ପାରୁନି ଯେ ଆଉ ସହି।।
ମୁଁ ପରା କାହାର ଦର୍ଶନାଭିଳାଷୀ
ଦର୍ଶନ ଇଛା କରିଛି
ମନରେ ତୁମର ପ୍ରୀତି ପରଶଟି
ସାଇତି ମୁଁ ରଖି ଅଛି।।
କାହିଁକି ଏମିତି ନିଷ୍କରୁଣ ହେଲ
ଜୀବନ ଯେ କଲବଲ
ହତାଶେ ସଢୁଛି ଜୀବନ ଖୋଜୁଛି
ଜୀବନ ନିଶେଷି ଦେଲ।।
ଅଜବ ହେଲାଣି ଦୁନିଆଟା ପରା
ମଣିଷ ପଣିଆ ନାହିଁ
ଯେଣିକି ଚାହିଁବ ତେଣିକି ଖରା
ଅନ୍ଧାରିଆ ଲାଗେ କାହିଁ।।

Related posts

ମାଆ ସରସ୍ଵତୀ

satya

କରୋନା

satya

ଅବୁଝା ଶିଶୁ

satya

Leave a Comment

Login

X

Register