Satya Prakash
କବିତା

ଅଦୃଶ୍ୟ ତୁ ଅପ୍ରତ୍ୟେକ୍ଷ

କାଳିଆ ତୁ ଅଛୁ ନା ପୁଣି ନାହୁଁ

ଅନାସ୍ଥାଟା ମୋ ଭିତରେ

କେବଳ ଯେ ମୋଠିଁ ନରହି ସୀମିତ

ଅନେକ ମଧ୍ୟରେ ଉଙ୍କେ।

ତୁ ତୋ ଉପସ୍ଥିତି ନା କେବେ କରିଛୁ

ଜାହିର୍ ନା ସେ ପ୍ରତ୍ୟେକ୍ଷ

ଭକ୍ତ ତେଣୁ ବୁଝେ ପାରେନା କାଁ ବୁଝି

ଅଦୃଶ୍ୟ ତୁ ଅପ୍ରତ୍ୟେକ୍ଷ।

ତୁ ସବୁରି ହୃଦେ ମୂଳରେ ସବୁରି

ବୁଝିବା ତୋରେ ଯେ କଷ୍ଟ

ମୋତେ ତେବେ କିଆଁ ହେବନି ଦୁର୍ବୋଧ

ହେଲେ ମୁଁ ଶରଣାଗତ।

ବୁଝି ଲାଭ ନାହିଁ ବୁଝିଲେ ଅଡୁଆ

ଅଦ୍ଭୁତ ତୋ ସୃଷ୍ଟି ଲୀଳା

କେତେ କେତେ ମୁନି ଅସଫଳ ରୁଷି

ତହିଁକି ଆମେ ବିଫଳ।

ହେଲେରେ କାଳିଆ ଥାଆ ତୁ ନଥାଆ

ରଖିଥା’ ମୋ ପଣ ହେଜେ

ମରିବାର ଆଗୁ ଦେଖିବି ରେ ଦିନେ

ନୟନ ପୂରାଇ ତୋତେ।

Related posts

ଉପଦ୍ରବୀ fani

satya

ସାପ ଓ ନେଉଳ

satya

ହେ ଆସୁନ! ଆସ!!

satya

Leave a Comment

Login

X

Register