ଜଗତର ନାଥ ଆହେ ଜଗନ୍ନାଥ
ତୋତେ ନେଇ କାବ୍ୟ ଲୀଳା
କେତେ ରୂପେ କବି ନାନା ଭାବେ ଗୁନ୍ଥେ
ଭଜନ ଜଣାଣ ମାଳା ।
ତୋ କଥାଟା କିନ୍ତୁ ପଡିଲେ ମୋ ମନେ
ଅଭିମାନେ ହୁଏ ଗୁଣି
କୋହ ଉଠେ ଭାରି ଦୁଃଖ ତାପେ ଝଳି
ପାରେନି ମୁଁ କିଛି ଭଣି ।
କି କହିବି ପୁଣ ଗୁପତ କୋଉଟା
ସବୁ ପରା ତୋତେ ଜଣା
ଯାହା ତୁ ଚାହିଁଛୁ ତାହା ମୁଁ କରିଛି
ବାଟ ଚାଲି ଚାଲି ବଣା।
ମୋର କାହିଁ ଇଚ୍ଛା? ତୋତେ ଦେଖିଦେଲେ
ଥରେରେ କାଳିଆ ପରା
ସବୁ ଇଚ୍ଛା ମୋର ତୋଠିଁ ସମାପିତ
ଆତ୍ମତୃପ୍ତ ମନ ପାରା ।