Satya Prakash
କବିତା

ମନ ପାରା mana para

ଜଗତର ନାଥ ଆହେ ଜଗନ୍ନାଥ

ତୋତେ ନେଇ କାବ୍ୟ ଲୀଳା

କେତେ ରୂପେ କବି ନାନା ଭାବେ ଗୁନ୍ଥେ

ଭଜନ ଜଣାଣ ମାଳା ।

ତୋ କଥାଟା କିନ୍ତୁ ପଡିଲେ ମୋ ମନେ

ଅଭିମାନେ ହୁଏ ଗୁଣି

କୋହ ଉଠେ ଭାରି ଦୁଃଖ ତାପେ ଝଳି

ପାରେନି ମୁଁ କିଛି ଭଣି ।

କି କହିବି ପୁଣ ଗୁପତ କୋଉଟା

ସବୁ ପରା ତୋତେ ଜଣା

ଯାହା ତୁ ଚାହିଁଛୁ ତାହା ମୁଁ କରିଛି

ବାଟ ଚାଲି ଚାଲି ବଣା।

ମୋର କାହିଁ ଇଚ୍ଛା? ତୋତେ ଦେଖିଦେଲେ

ଥରେରେ କାଳିଆ ପରା

ସବୁ ଇଚ୍ଛା ମୋର ତୋଠିଁ ସମାପିତ

ଆତ୍ମତୃପ୍ତ ମନ ପାରା ।

Related posts

ଭଗ୍ନାଂଶ

satya

ପୃଥିବୀ ପଶୁ ଦିବସ

satya

ଆପଣାର କିଏ?

satya

Leave a Comment

Login

X

Register