Satya Prakash
Uncategorised

ବର୍ଷା ଆହ୍ଵାନ

ବର୍ଷା ଗୋ ତୁମେ କି ସତେ ଅଭିମାନୀ

ସାଜିଲଣି ପୁଣି ଆଜି

ଆଗରୁ କାହିଁ ତ ନଥିଲ ଏମିତି

ବର୍ଷୁ ଥିଲ ଦେଲେ ଡାକି।।

ଠିକଣା ସମୟେ ହେଉଥିଲା କ୍ଷେତି

ପଡ଼ୁ ନଥିଲା ଭାଳେଣି

ସଂସାର ପାଳନ ଚିନ୍ତା ଘାରେ ଆଜି

ବସେ ମୁଣ୍ଡେ ହାତ ଦେଇ।।

ମଣିଷ ପାଲଟେ ବେଇମାନ୍ ଅବା

ଗଛ କାଟି କରେ ସଫା

ସେଥିପାଇଁ ବୋଧେ ତୁମେ ହେଲ ଖପ୍ପା

କି କରେ ବାଳୁତ ପରା।।

ହେଲେ କୋପ କଲେ ସଂସାର ଡୁବିବ

ପ୍ରାଣୀ କୂଳ ଯେ ଆତୁର

ବରଂ ଚଟକଣି ଗୋଟେ ବୁଦ୍ଧି ଶିଖେ

କିନ୍ତୁ ନୁହଁ ପୂରା ଠପ୍।।

ଦେଖୁନ କେମିତି କାନ୍ଦୁରା ତା ‘ମନ

ଭୋକେ ଡହଳ ବିକଳ

ତୁ ତା’ ଉପରେ କରନା ଯେ ରାଗ

ବିଚରାଟା ଗଡ଼ିଯିବ।।

ଘୋଟୁ ପୁଣି ନଭେ ମେଘ ମାଳ ଖଣ୍ଡେ

ରାଗ ରୁଷା ତେଜ ବାରେ

ଧରଣୀ ରାଣୀ ଯେ ମନ ଊଣା କରେ

ନୟନରୁ ଅଶ୍ରୁ ନିଗାଡ଼େ। ।

 

 

 

Related posts

ନୀଲଠା ପ୍ରେମ

satya

ଦରମା

satya

ନବିନା ବା ‘

satya

Leave a Comment

Login

X

Register