Satya Prakash
Uncategorised

ଅନନ୍ତ ଚରଣ

କେଣେ ଗଲ ଚାଲି
(ଧାମନଗର ଅନ୍ତର୍ଗତ ପଧାନୀ ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ୟ ତଥା ସମବାୟ ସମିତି ସଭାପତି ସ୍ଵର୍ଗତଃ ଅନନ୍ତ ଚରଣ ରାଉତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ… ଶ୍ରଦ୍ଧାଞ୍ଜଳି)
ତୁମେ ଅନନ୍ତଜୀ କେଣେ ଗଲ ଆଜି
ଖୋଜି ପାଉ ନାହିଁ କାହିଁ
ଏଡିକି ସରଳ ନିଷ୍କପଟ ଜନ
ଦେଖି ନାହିଁ କେବେ ମୁହିଁ।।
ନୀରବରେ ତୁମେ ବସି ଥାଅ ପରା
କାହାକୁ କୁହନି କିଛି
ପାଟିରୁ ଯେବେଟି ଝରଇ ଯେ ବାଣୀ
କୋଟି ମନ ନିଅ ପୋଛି।।
ବେଳେବେଳେ ତୁମେ ହସି ଦେଉଥାଅ
ସୁନ୍ଦର ସେ ସ୍ମିତ ହାସ
ତୁଳନା କରି ମୁଁ ତୁଳୀ ପାରୁ ନାହିଁ
କିଏ ହେବ ତୁମ ତୁଲ ।।
ତୁମରି ଭାବନା କ୍ଷତାକ୍ତ କରିଛି
ହୃଦ ମୋ ଯାଇଛି ଭାଙ୍ଗି
ପାରୁନି ମୁଁ କିଛି ତୁମ କଥା ଲେଖି
ଲେଖନୀ ମୋ ଆଜି ବନ୍ଦୀ।।
ଅନନ୍ତ ଚରଣ ଗାଁ ରାମାରାକୂଳ
ପଧାନୀର ତୁମେ ଗର୍ବ
ରାଜନୀତି କ୍ଷେତ୍ରେ ଅରଜିଲେ ଯଶ
ପଦ ପଦବୀ ତ ତୁଚ୍ଛ ।
ଦାରିଦ୍ର୍ଯ କେବଣ ନୁହେଁ ଯେ ବାଧକ
ଇଚ୍ଛାଶକ୍ତି ଯେବେ ଥିବ
ମଫସଲ ଗାଆଁ ଡିବିରି ଆଲୁଏ
ପଢା ନିଶ୍ଚେ ହୋଇଥିବ ।।
ତୁମେ ପରା ଥିଲ କୋଟି ଜନତାର
ହୃଦୟ ମଉଡ଼ମଣି
ଭାରି ଲୋକପ୍ରିୟ ଜନତାଙ୍କ ଲାଗି
କରେ ମା’ ବୋରେଇ ବରଣୀ।
କୋଚିଳା ସାଙ୍ଗକୁ ବୈତରଣି କୂଳେ
ଜନମି ଥିଲ ଯୋଗଜନ୍ମା
ପଧାନୀ ଗ୍ରାମର ଉନ୍ନତି ସକାଶେ
ହୋଇଥିଲ କର୍ମକର୍ତ୍ତା।
By ସତ୍ୟ ପ୍ରକାଶ ସେଠୀ
ଉପ ସହକାରୀ ନିବନ୍ଧକ
ସମବାୟ ସମିତି ସମୂହ
ଭଦ୍ରକ
ଦୂରଭାଷ :୯୯୩୭୧୮୧୮୪୬

Related posts

Dr Satyaprakash Shetthy Podcast

satya

Check this out on Flipkart

satya

Collect my book

satya

Leave a Comment

Login

X

Register