Satya Prakash
କବିତା

ଘଟଗାଁ ତାରିଣୀ

ଇତିହାସ ସାକ୍ଷୀ ଘଟଗାଁ ତାରିଣୀ
ଯେ ଚଉଦ ଶହ ଅଶୀ
ସ୍ଥାପିତ ହୋଇଲେ ଇଚ୍ଛାମୟୀ ମାଆ
ଏକାନ୍ତେ ଜଙ୍ଗଲେ ପଶି ।। 1
କାଞ୍ଚି ଅଭିଯାନେ ପୁରୀ ଗଜପତି
ସେ ପୁରୁଷୋତ୍ତମ ଦେବ
କେଉଁଝର ରାଜା ଗୋବିନ୍ଦ ଭଞ୍ଜଠିଁ
ଲୋଡ଼ିଲେଟି ସହଯୋଗ।। 2
ଉଡାଇଲେ ଧ୍ଵଜା ବିଜୟର ବାନା
ଉଡେ ଫରଫର ଗର୍ବେ
ଗଜପତି ଦେଲେ ଭେଟି ଗୋବିନ୍ଦରେ
ତାରିଣୀ ମାଆଙ୍କୁ କରେ।। 3
ମାଆ କିନ୍ତୁ କଲେ ସର୍ତ୍ତ ଆରୋପଣ
ପଛକୁ ଚାହିଁବ ନାହିଁ
ତୁମେ ଯିବ ଆଗେ ପଛେ ପଛେ ମୁହିଁ
ରୁଣୁ ଝୁଣୁ ଶବ୍ଦ କରି।। 4
ଏକଥା ନୋହିଲା ସର୍ତ୍ତ ପାରିଲେନି
ରଖିଣ ଗୋବିନ୍ଦ ଭଞ୍ଜ
କାଦୁଅରେ ଅବା ମାତା ଗୋଡ ପଶି
ଶୁଭିଲାନି କ୍ଷଣେ ଶବ୍ଦ।। 5
ବ୍ୟସ୍ତେ ଭଞ୍ଜ ଦେଓ ଚିତ୍ତ ଉଦବେଗେ
ପଛକୁ ଦେଲେଟି ଚାହିଁ
ତତ୍କ୍ଷଣାତ୍ ମା’ ପାଲଟି ଗଲେଟି
ପାଷାଣ ମୂରତି ସେଠି।। 6
ସେହି ଦିନଠାରୁ ଘଟଗାଁ ପୀଠରେ
ରହିଲେ ଭକତ ଲାଗି
ଭକତ ଜନଙ୍କ ଦୁଃଖ ହାରିଣୀ ମା’
ନଡ଼ିଆ ଖାଇ ତାରିଣୀ।। 7
ଘଟଗାଁ ବାସିନୀ ସଙ୍କଟ ମୋଚନୀ
ଭକତ ରଙ୍କୁଣୀ ମାଆ
ମୁହିଁ ଦୀନ ହୀନ ଅକିଞ୍ଚନ ପରା
ମୋତେ ତୁ ହେବୁ ଲୋ ସାହା ।।0

Related posts

ମଧୁ ବାରିଷ୍ଟର

satya

ବାଡ଼ି ଅଙ୍ଗୁର ଯେ ମିଠା

satya

ବିଶ୍ଵ ମହିଳା ଦିବସ

satya

Leave a Comment

Login

X

Register