Satya Prakash
କବିତା

ବେଆଡା

କାହାର ସଫଳତା ମୂଳେ ଥାଏ
ଯଦି ତୁମର ବା ହାତ କରଣୀଟା
ସେ ଟିକକ ମହାର୍ଘ ସଫଳତାର
ଟେକି ଦେଇ ହସ୍ତ ମୁଠାରେ ତାଙ୍କର
କେମିତି ସଅଳ ଯା’ନ୍ତ ସେଠୁ ହଟି
ଆଉ ଦଣ୍ଡେ ତା ଦୁଆରେ ନ ଲଟକି।।
ନୋହିଲେ ଶୁଣିବ ଶଳା ଶାଲା ଚୋର
ଗୋଇଠା ମାଡକୁ ନିନ୍ଦା ଅପଯଶ,
ଦାନେ ପ୍ରତିଦାନେ ଫଳଟି ବଢିଆ

ପିଠିରେ ଖୋଳିବେ ତୁମର ଗଢିଆ,
ଦୁନିଆଟା ପରା ଅତି ସେ ବେଆଡା
ଧୋକାବାଜଙ୍କ ଗୋଟେ ଶକ୍ତ ଆଡ୍ଡା।।
ନିଜ ହୁସିଆରରେ ଚଳରେ ତୁହି
ଆହା କହିବାକୁ ନଥିବେ କେହି
ନା ଥିବ ଅର୍ଥ କ୍ଷମତାର ବଳଟି
ଚିଲିକା କଙ୍କଡା ଟଣାଟଣି ଗୋଡ଼
ଖାଲି ଆଗ ଛେକିବେ ଜଗିବେ ବାଟ
ନଇଁ ପଡିଲେଟି ବିଧାଏ କଷିବ।।
ସୁବିଧା ପାଇଲେ ଫାଇଦାଟି ନିଏ
ମାଗଣା ପାଇଲେ ଲାଞ୍ଜ ମୁଣ୍ଡ ଗିଳେ
ନେଲା ବେଳକୁ ହାତ ପୂରାଇ ନେବେ
ଦେଲା ବେଳକୁ ଶୂନ୍ ଅକ୍ଷର ଦେବେ
ଏମାନଙ୍କୁ ଶୋଧାଶୋଧି ନିଅଣ୍ଟ ପଡେ
ଅଳ୍ପାୟୁ ତା ବୟସକୁ ନିଏ ।।

Related posts

କଜଳ ପାତିଆ ଭଦ୍ରଲୋକ

satya

Nutrition day

satya

ଏମାନଙ୍କୁ ଟିକେ ପାରି କର ହେ ହାରି ଗୁହାରୀ

satya

Leave a Comment

Login

X

Register