Satya Prakash
କବିତା

ଆଶୟ

ଆଶୟ
—-by ସତ୍ୟ ପ୍ରକାଶ ସେଠୀ
ସ୍ତ୍ରୀ ଛୁଆ ପିଲା ହେଲେଣି ଖପ୍ପା
ଘରେ କେଟେ କେଟେ ନିତି
ସମୟଟା ଯାଏ ତା’ ବାଟେ ବାଟେ
ହିସାବ ପାରେନି ରଖି।। 1

ଲେଖିଲେ କେବା ମିଳିବ ଉପାଧି
କୋଉଟା ହୁଏ ନି ସିଧା
ତେଣିକି ସବୁ କାମ ମୋର ବେଙ୍ଗା
କବିତା ପସରା ମେଲା।। 2
ଲେଖିଲେ ବା କିଏ ପଢ଼ନ୍ତା ଭଲା
ପଢିବେ ନାହିଁ ଯେ କେହି
ମତ ପାଇଁ ପରା ଫେସ୍ ବୁକ ପାଲା
ମତ କାହିଁ ମିଳେ ନାହିଁ।। 3

ପ୍ରେସ୍ ବାଲା ତ ପ୍ରେସ୍ କରେ ନାହିଁ
ପତ୍ରକାର ଛାପେ ନାହିଁ
ମୁଁ କାଆଁ ଲେଖିବି ସମୟ ସାରିବି
ଚିଡ଼ା ଲାଗିଲାଣି ଭାରି।। 4
ଆଶୟ ଯେ ଆଉ ନାହିଁ ମୋର ମନେ
ସବୁ ହେଲାଣି ବେକାର
ଆଶୁଗ ପ୍ରାୟତଃ ମୋ କବିତ୍ଵ ଆଜି
ପାଳେ ଲେଉଟାଣି ପର୍ବ।। 0

Related posts

ମୁଁ ଚାହେଁ ଜିଇଁବାକୁ ପୁଣି ଥରେ

satya

କବିତା ଦଅଣା

satya

ଏକତା ଦିବସ

satya

Leave a Comment

Login

X

Register