Satya Prakash
କବିତା

ବାଃ ରେ ଦୁନିଆ ତୁ ଭାରି ବଢିଆ

ମୁଁ ସମସ୍ତଙ୍କୁ ଭଲ ପାଏ ବୋଲି
ତୁମକୁ ତ ଏତେ ଭଲ ପାଉଛି
ଯେଣୁ ମୋ ଭଲ ପାଇବା ପଣିଆଟା
ମୋତେ ଭଲ ପାଇବା ଶିଖାଇଛି
ତା ବୋଲେ ମୋତେ ସନ୍ଦେହ କରିବ
ସେଇ ଏକା ସଙ୍ଗୀତ ଗାନ କରି
“ତୁମେ କିଆଁ ଏତେ ଭଲ ପାଅ”
ପ୍ରଶ୍ନଟା ପଚାରି ବସିବ ମୋ ଭଲ ପାଇବାରେ “କିନ୍ତୁ “କାଳି ଢାଳି
ଅଗ୍ନି ପରୀକ୍ଷେ ଅବତୀର୍ଣ୍ଣ କର।
ଆମର ସ୍ୱାର୍ଥ ନଥିଲା ବୋଲି
ଦେଇଥିଲୁ ସମୁହ କାର୍ଯ୍ୟେ ହାତ
ସମୁହ କଲ୍ଯାଣ ଯେଣୁ ବ୍ରତ
ତା ବୋଲି ପ୍ରଶ୍ନ ଚିହ୍ନ ଲଗାଇବ
“ତୁମର କ’ଣ ଅଛି ଏଠି ସ୍ୱାର୍ଥ
ବିନା ସ୍ୱାର୍ଥେ କେହି କଲାଣି କିଛି ”
ମୋ ଉପରେ କର ଏଡ଼େ ଅନାସ୍ଥା
ଦେଇ ପୁଣି ଅନ୍ୟର ଉଦାହରଣ
ଏକି ତୁମ ନ୍ୟାୟିକ ବିଚାର
ଧନ୍ୟବାଦ ପରିବର୍ତ୍ତେ ମିଳଇ
ଯେଉଁଠି ଗାଳି, ନିନ୍ଦା, ଅପଯଶ
ବାଃ ରେ ଦୁନିଆ ତୁ ଭାରି ବଢିଆ।

Related posts

ଗୁଡ଼ି ଓ ବିହଙ୍ଗ

satya

ଜୀବନ ଯାତ୍ରା ଓ ଅଟଳ – ଏକ ଆଲେଖ୍ୟ

satya

ଶାନ୍ତିର ଠିକଣା

satya

Leave a Comment

Login

X

Register