Satya Prakash
କବିତା

ଦମା

ଦମା
—-by ସତ୍ୟ ପ୍ରକାଶ
ସଭିଏଁ ବିଦିତ ଆଜି ଯେ ପାଳିତ
ବିଶ୍ଵେ ଆଜମା ଦିବସ
ବାୟୁ ପ୍ରଦୂଷଣ ଯହୁଁ କାରଣଟି
କ୍ଷତିଗ୍ରସ୍ଥ ଫୁସଫୁସ।। 1
ଶ୍ଵାସ ପ୍ରଶ୍ୱାସର କ୍ରିୟାଟି ସରଳ
ବ୍ୟତିକ୍ରମେ ସବୁ ଶେଷ
ନିରୋଗ ଶରୀର ମୁକ୍ତ ବାୟୁ ଲୋଡେ
ପ୍ରଦୂଷଣ ସିନା ଦୋଷ।। 2
ସଚେତନ ହେଲେ ସତର୍କ ରହିଲେ
ପ୍ରଦୂଷଣ ରୋକି ହୁଏ
ବିଷାକ୍ତ ପଦାର୍ଥ ବାୟୁମଣ୍ଡଳକୁ
ଛାଡିବା ଉଚିତ୍ କି ଏ? 3
ବୃକ୍ଷ ରୋପଣଟି ଏଥକୁ ଜରୁରୀ
ଅମ୍ଳଜାନ ଯାଏ ସରି
ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ତ
ଯାଉଛି ସବୁଠି ଭରି।। 4
ଲଗାମ ଲଗାଅ ବୃକ୍ଷ କଟା ପାଇଁ
ସୃଷ୍ଟିର ମଙ୍ଗଳ ତହିଁ
କଳକାରଖାନେ କଟକଣା କର
ବିଷାକ୍ତ ବାଷ୍ପୀୟ ଯହିଁ।।5
ଆସ ଆମେ ତହୁଁ ଶପଥ ନେବାରେ
ମିଳିମିଶି ସବୁ ଏଇ
ବାୟୁମଣ୍ଡଳର ସୁରକ୍ଷା କରିବା
ଜଗତ କଲ୍ଯାଣ ପାଇଁ।। 0

Related posts

ମନ ପରା ଗଙ୍ଗା ଜଳ

satya

ଗୁରୁଜୀ guruji

satya

ପ୍ରତ୍ଯୁଦ୍ଗମନ kabita pratyudgaman

satya

Leave a Comment

Login

X

Register