ସମୟେ ସମୟେ ସମାଜର କିଛି ବିଶେଷ କ୍ଷେତ୍ରରେ ବିଶେଷ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଆମକୁ ମାନପତ୍ର ବା ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିବାକୁ ହୋଇଥାଏ। ଏହି ଭଳି ବ୍ୟକ୍ତି ମାନଙ୍କୁ ସମ୍ଵର୍ଦ୍ଧିତ କରି ଆମମାନଙ୍କୁ ବିଶେଷ ଆନନ୍ଦ ମିଳିଥାଏ ପୁଣି ଏହି ଆନନ୍ଦ ଦୁଇଗୁଣିତ ହୋଇଥଏ, ଯେତେବେଳେ ସେମାନଙ୍କ ଗୁଣଗ୍ରାମକୁ ନେଇ ଆମେ ନିଜେ କିଛି ପ୍ରସଂଶା ପତ୍ର ଲେଖିଥାଉ। ସେହିଭଳି ପ୍ରୟାସରେ ମୋ ଦ୍ୱାରା ଲିଖିତ କିଛି ମାନପତ୍ର ବା ପ୍ରସଂଶା ପତ୍ରର ନମୁନା ଏଠାରେ ଉଲ୍ଲେଖ କରାଗଲା, ଯାହା ମୋର ଏକାନ୍ତ ନିଜସ୍ଵ ଓ ସେଥିରେ ସମ୍ପୂର୍ଣ୍ଣ ମୌଳିକତା ପରିଦୃଷ୍ଟ।
1.ଡଃ ପ୍ରଫୁଲ୍ଲ କୁମାର ଓଝା
ଆସିଷ୍ଟାଣ୍ଟ ପ୍ରଫେସର,
ଦିଲ୍ଲୀ ବିଶ୍ଵ ବିଦ୍ୟାଳୟ
ମାନନୀୟେସୁ,
ଆପଣ ଆମ୍ଭ ତରାଗୋ ଉଚ୍ଚ ବିଦ୍ୟାଳୟରୁ କୃତିତ୍ଵର ସହିତ ମ୍ୟାଟ୍ରିକ ପାସ୍ କଲା ପରେ ସଫଳତାର ପାହାଚ ପରେ ପାହାଚ ଚଢି ବାଣୀ ବିହାରରୁ ରାଜନୀତି ବିଜ୍ଞାନରେ ଏମ୍. ଏ ଓ ପରେ ପ୍ରସିଦ୍ଧ ଜବାହର ଲାଲ ନେହେରୁ ବିଶ୍ଵ ବିଦ୍ୟାଳୟରୁ ଏମ୍. ଫିଲ୍. ଓ ପି. ଏଚ୍. ଡି କରି ତରାଗୋ ଉଚ୍ଚ ବିଦ୍ୟାଳୟରୁ ପ୍ରଥମ କରି ଡକ୍ଟରେଟ ଡିଗ୍ରୀ ହାସଲ କରି ଥିବାରୁ ଆପଣଙ୍କ କୃତି ଓ କୃତିତ୍ୱକୁ ସ୍ଵାକ୍ଷରର ଏକ ଆଲେଖ୍ୟ ଟାଣି ନବ ରତ୍ନ୍ ସମ୍ମାନରେ ସମ୍ମାନିତ କରି ନିଜକୁ ଗୌରବାନ୍ୱିତ ମନେ କରୁ ଅଛୁ କି ଭଗବାନ ଆପଣଙ୍କ ଚଲାପଥକୁ କୁସୁମିତ କରନ୍ତୁ।
ହେ ମହାଭାଗ,
ଆପଣ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବା ସଙ୍ଗେ ସଙ୍ଗେ ନିଜ ଭବିଷ୍ୟତ ଜୀବନରେ ଆହୁରି ଉତ୍ତରୋତ୍ତର ଉନ୍ନତି କରନ୍ତୁ – ଏହା ହିଁ ପ୍ରାର୍ଥନା।
2.ଶ୍ରୀଯୁକ୍ତ ଦେବକାନ୍ତ ଦାସ
ସିନିୟର ଟେକନିକାଲ ମ୍ୟାନେଜର, ଭାରତ ବୈଦୁତିକ ନିଗମ, ଦୁର୍ଗାପୁର, ପଶ୍ଚିମବଙ୍ଗ
ମହାଶୟ,
ଆପଣ ତରାଗୋ ଉଚ୍ଚ ବିଦ୍ୟାଳୟରୁ 1996 ବ୍ୟାଚ୍ ଉତ୍ତୀର୍ଣ୍ଣ ଛାତ୍ର ଭାବେ ଉତ୍ତମ ପ୍ରଦର୍ଶନ ପୂର୍ବକ ବେଶ୍ ପ୍ରଶଂସିତ ହୋଇପାରିଥିଲେ। ସ୍ଵକୀୟ ଅଧ୍ୟବସାୟ ଓ ପ୍ରଚଣ୍ଡ ପରିଶ୍ରମ ଫଳରେ ଆପଣ ପ୍ରଯୁକ୍ତ ବିଦ୍ୟାରେ ପାରଦର୍ଶିତା ଲାଭ କରି ଆଜି ସିନିୟର ଟେକନିକାଲ ମ୍ୟାନେଜର ଭାବରେ ଭାରତ ବୈଦୁତିକ ନିଗମ, ଦୁର୍ଗାପୁର, ପଶ୍ଚିମବଙ୍ଗରେ ଅବସ୍ଥାପିତ ହୋଇ ପାରିଛନ୍ତି। ଏହା ଆମ ପାଇଁ କମ୍ ଗୌରବର ବିଷୟ ନୁହେଁ। ଏଣୁ ଆପଣଙ୍କୁ ନବରତ୍ନ ସମ୍ମାନରେ ସମ୍ମାନିତ କରି ନିଜକୁ ଧନ୍ୟ ମନେ କରୁଛୁ। ଈଶ୍ଵର କରନ୍ତୁ ଆପଣ ସଫଳତାର ଶିଖର ଚୁମ୍ବନ କରି ଆହୁରି ପ୍ରଶସ୍ତି ଓ ଗୌରବ ଅର୍ଜନ କରନ୍ତୁ।
3.ଶ୍ରୀଯୁକ୍ତ ଜଗନ୍ନାଥ ଘୋଷ
ପି:ପ୍ରଶାନ୍ତ ଘୋଷ, ସା :ରାଣୀପଡ଼ା,
ପୋ :ତରାଗୋ, ଜି :ଭଦ୍ରକ
ମହାଶୟ,
ଆପଣ 2009 ବ୍ୟାଚରେ ଆମ୍ଭ ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବି. ସି. ଇ. ଟି. ବାଲେଶ୍ଵରରୁ ଏମ୍. ବି. ଏ ପରି ଉଚ୍ଚମାନର ଓ ଗୁଣାତ୍ମକ ଶିକ୍ଷା ଆହରଣ କରି ଆଜି ସୁଦୂର ଦିଲ୍ଲୀ ସ୍ଥିତ ଭିପୁଲ ମେଡିକ୍ରପ ଟି. ପି. ଏ ପ୍ରାଇଭେଟ ଲିମିଟେଡ଼୍ ରେ ଆସିଷ୍ଟାଣ୍ଟ ମ୍ୟାନେଜର ରୂପେ ଅବସ୍ଥାପିତ ହୋଇ ଏକ ବିଶେଷ କୃତୀ ଓ କୃତିତ୍ଵର ଅଧିକାରୀ ହୋଇପାରିଛନ୍ତି। ଏତଦ୍ ଭିନ୍ନ ବାଲେଶ୍ଵର ଜିଲ୍ଲା ବିଜେପି ଯୁବ ମୋର୍ଚାର ସମ୍ପାଦକ, ୟୁଥ୍ ଫର୍ ମୋଦୀ ତଥା ୟୁଥ୍ ଏଗନେଷ୍ଟ କରପସନର ବାଲେଶ୍ୱର ଜିଲ୍ଲା ସଭାପତି, ଯୁବ ଓଡ଼ିଶାର ବାଲେଶ୍ଵର ଜିଲ୍ଳା କୋଅଡିନେଟର ଏବଂ ଭଦ୍ରକ ନେତାଜୀ ବାହିନୀର କାର୍ଯ୍ୟକରୀ ସଦସ୍ୟ, ରାଜ୍ୟ ଏବି. ଭି. ପି. ର କାର୍ଯ୍ୟକରୀ ସଦସ୍ୟ ଭାବରେ ବିଭିନ୍ନ ସମୟରେ କାର୍ଯ୍ୟଭାର ବହନ କରି ଅପୂର୍ବ ସାଙ୍ଗଠନିକ ଦକ୍ଷତା ଓ ବିଚକ୍ଷଣ ବିଦ୍ ବତ୍ତାର ପରିଚୟ ଦେଇ ପାରିଛନ୍ତି। ଆପଣଙ୍କର ପରୋପକାରୀ ସେବା ପରାୟଣ ମନୋବୃତ୍ତି ଓ ସମାଜ ଗଠନ କରିବାର ସଂକଳ୍ପ ଅତୁଳନୀୟ।
ହେ ମହାଭାଗ,
ଏଣୁ ଆପଣଙ୍କ ପ୍ରଶଂସାରେ ଶତମୁଖ ହୋଇ ଆପଣଙ୍କୁ ନବରତ୍ନ ସମ୍ମାନରେ ସମ୍ମାନିତ କରୁଅଛୁ କି ଜଗତର ନାଥ ଜଗନ୍ନାଥ ଆପଣଙ୍କ ଭବିଷ୍ୟତ ଜୀବନକୁ ଆହୁରି ସରସ ଓ ସୁନ୍ଦର କରି ଗଢି ତୋଳନ୍ତୁ।
ଜୟ ଜଗନ୍ନାଥ
4.ଶ୍ରୀଯୁକ୍ତ ବିନାୟକ ଘୋଷ
ପି:ଅଜୟ ଘୋଷ, ସା:ବଡ଼କଣ୍ଟାପଡା
ଅଧ୍ୟାପକ, ନାଆଁମୀ ମହାବିଦ୍ୟାଳୟ, ଭଦ୍ରକ।
ମହାଶୟ,
ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଆପଣଙ୍କ ଗୁଣବତ୍ତା ଶୈଶବରୁ ପୁଲକିତ ଥିଲା। ଆପଣ ଆମ୍ଭ ତରାଗୋ ଉଚ୍ଚ ବିଦ୍ୟାଳୟରୁ 2007 ମସିହାରେ କୃତିତ୍ଵର ସହିତ ମ୍ୟାଟ୍ରିକ ପାସ୍ କଲା ପରେ ଓଡ଼ିଶାର ସର୍ବପୁରାତନ ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଇତିହାସ ବିଭାଗରେ M.A, M.Phil ଡିଗ୍ରୀ ହାସଲ କରି P.hD ପାଇଁ ଗବେଷଣା ଜାରି ରଖିଛନ୍ତି। ଅଧ୍ୟାପକ ଭାବରେ 2016 ମସିହାରୁ ନାଆଁମୀ ମହାବିଦ୍ୟାଳୟରେ ଅବସ୍ଥାପିତ ହୋଇ ଅଶେଷ ସମ୍ମାନ ଓ ଯଶ କୀର୍ତ୍ତିର ଅଧିକାରୀ ହୋଇପାରିଛନ୍ତି।ଏତଦ୍ ଭିନ୍ନ ରାଜ୍ୟସ୍ତରୀୟ ଅନୁଷ୍ଠାନ ବିବେକାନନ୍ଦ ଯୁବ ସଂସଦ ଓଡ଼ିଶାର କୋଷାଧ୍ୟକ୍ଷ ତଥା ସହ-ଆବାହକ, ଆଞ୍ଚଳିକ ଯୁବ ପରିଷଦର ସଭାପତି, ସ୍ୱରାଜ ଓଡ଼ିଶାର ସଂପାଦକ ଭାବେ କାର୍ଯ୍ୟ କରି ଜୀବନର ଅୟମାରମ୍ଭରୁ ପରୋପକାର, ସେବା, ବୃକ୍ଷ ରୋପଣ ଆଦି ସମାଜ କଲ୍ୟାଣାର୍ଥେ ସତତମ ଚେଷ୍ଟିତ ରହି ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ଓ ତତ୍ ସହିତ ଜଣେ ଯୁବ ସାହିତ୍ୟିକ ଭାବରେ ଆପଣଙ୍କ ପ୍ରବନ୍ଧ ସାହିତ୍ୟ, ଗଳ୍ପ ବିଭିନ୍ନ ପତ୍ର ପତ୍ରିକା ରେ ପ୍ରକାଶିତ ହୋଇ ଅନେକ ଆଣି ଦେଇଛି ।
ମହାଶୟ,
ଏଣୁ ଆପଣଙ୍କ କୃତି ଓ କୃତିତ୍ୱକୁ ସ୍ଵାକ୍ଷରର ଏକ ଆଲେଖ୍ୟ ଟାଣି ଆପଣଙ୍କୁ “ନବ ରତ୍ନ୍” ସମ୍ମାନରେ ସମ୍ମାନିତ କରି ନିଜକୁ ଗୌରବାନ୍ୱିତ ମନେ କରୁଛୁ । ଈଶ୍ବର ଆପଣଙ୍କ ଚଲାପଥକୁ ପୁଷ୍ପ ପଲ୍ଲବିତ କରନ୍ତୁ।
5.ରିନୁସ୍ମିତା ସ୍ୱାଇଁ
ପି :ନାରାୟଣ ସ୍ଵାଇଁ, ସା /ପୋ :ତରାଗୋ, ଜି :ଭଦ୍ରକ
ମହାଶୟା,
ନାରୀ ଶିକ୍ଷା ନାରୀ ଜାଗରଣ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଛି ସେଥିରେ ଆମ ବିଦ୍ୟାଳୟ ନାରୀମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଆଦୌ ପଛରେ ପଡ଼ି ନାହିଁ। ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆପଣ। ଗାଁ ଗହଳିର ଏକ କୃଷିକାରୀ ପରିବାର ଭିତରେ ଜୀବନ ନିର୍ବାହ କରି ଆପଣ ଇତିହାସ ସମ୍ମାନ ରଖି ସଫଳତାର ସହିତ ସ୍ନାତକ ଡିଗ୍ରୀ ଓ ପି. ଜି. ଡି. ସି. ଏ. ପରି କଂପୁଟର ଜ୍ଞାନ କୌଶଳ ହାସଲ କରି ବିଭିନ୍ନ କଂପୁଟର ପ୍ରଶିକ୍ଷଣ ସଂସ୍ଥାନରେ କାର୍ଯ୍ୟ କଲା ପରେ ଅଧୁନା କେନ୍ଦୁଆପଦାସ୍ଥିତ ସତ୍ୟ ସାଇ ଗୁରୁକୂଳ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଅଛନ୍ତି। ଏହା କମ୍ ଗୌରବାବହ ବିଷୟ ନୂହେଁ। ନାରୀ ଶିକ୍ଷା ଓ ପ୍ରସାର କ୍ଷେତ୍ରରେ ଆପଣଙ୍କର ଉଲ୍ଲେଖନୀୟ ଅବଦାନ ଓ ସାମାଜିକ କ୍ରିୟାକଳାପକୁ ଦୃଷ୍ଟିରେ ରଖି ଆପଣଙ୍କୁ ନବ ରତ୍ନ ସମ୍ମାନରେ ସମ୍ମାନିତ କରୁଅଛୁ କି ଆପଣ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟକ ପାଲଟନ୍ତୁ।
ଈଶ୍ଵର ଆପଣଙ୍କୁ ସଦା ଖୁସି ରଖନ୍ତୁ। ଜୟ ଜଗନ୍ନାଥ।
6.ଶ୍ରୀଯୁକ୍ତ ସନ୍ତୋଷ କୁମାର ରାଉତ
ପି :ଭାସ୍କର ରାଉତ
ସା /ପୋ – ତରାଗୋ, ଜିଲ୍ଳା ଭଦ୍ରକ
ସମ୍ମାନନୀୟେଷୁ,
ଆପଣଙ୍କର ତ୍ୟାଗପୂତ ମହିମାମଣ୍ଡିତ ଜୀବନାଦର୍ଶ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ। ଜଣେ ଉଚ୍ଚକୋଟୀର ଶିକ୍ଷାବିତ୍, ଛାତ୍ର ବତ୍ସଳ, ସଂଗଠନପ୍ରିୟ, ବନ୍ଧୁ ବତ୍ସଳ, ମିଷ୍ଟଭାଷୀ, ନିଷ୍କପଟ, ସରଳ ହୃଦୟବାନ ବ୍ୟକ୍ତି ବିଶେଷ ଭାବରେ ଆପଣ ସମାଜରେ ବେଶ୍ ଆଦରଣୀୟ ଓ ପ୍ରିୟଭାଜନ ଯାହାକି ଆପଣଙ୍କର ଚରିତାବଳି ଓ ମାନବତାର ପରିଚାୟକ ପାଲଟିଛି ଏକ ଉତ୍ସର୍ଗୀକୃତ, ସଚ୍ଚୋଟ ଓ ତ୍ୟାଗ ମନୋଭାବ ନେଇ ଆପଣ ବିଭିନ୍ନ୍ ସାମାଜିକ ଅନୁଷ୍ଠାନ ଓ କାର୍ଯ୍ୟକ୍ରମ ମାନଙ୍କରେ ନିଜକୁ ନିୟୋଜିତ କରି ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି। ଜଣେ ଅଭିନେତା, କୋରିଓଗ୍ରାଫର, ବୈଷୟିକ ଜ୍ଞାନ କୌଶଳରେ ବିଶେଷ ପାରଦର୍ଶିତା ଲାଭ କରିଥିବା ଜଣେ ମେଧାବୀ ଛାତ୍ର ଓ ଗୁଣୀ ଶିକ୍ଷକ ଭାବେ ଆପଣଙ୍କ ଖ୍ୟାତି ସୁଦୂର ପ୍ରସାରୀ। ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଆପଣଙ୍କୁ ନବରତ୍ନ ସମ୍ମାନରେ ସମ୍ମାନିତ କରି ଆମେ ନିଜକୁ ଧନ୍ୟ ମନେ କରିବା ସଙ୍ଗେ ସଙ୍ଗେ ଆପଣଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛୁ।
ଜୟ ଜଗନ୍ନାଥ
7.
ତରାଗୋ ଉଚ୍ଚ ବିଦ୍ୟାଳୟ , ତରାଗୋ
ପୁରାତନ ଛାତ୍ର ସଂସଦ
ସମ୍ବର୍ଦ୍ଧନା ଓ ପ୍ରତିଭା ପୂଜା ଉତ୍ସବ – 2019
ସ୍ଥାନ – ତରାଗୋ ଉଚ୍ଚ ବିଦ୍ୟାଳୟ , ତରାଗୋ
———–
ଫଟୋ ଗୁରୁ ଗୌରବ ସମ୍ମାନ
————
ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସାହୁ
ପ୍ରାକ୍ତନ ପ୍ରଧାନ ଶିକ୍ଷକ
ତରାଗୋ ଉଚ୍ଚ ବିଦ୍ୟାଳୟ
ସମ୍ମାନୀୟେଷୁ,
ଆପଣଙ୍କର ତ୍ୟାଗପୂତ ମହିମାମୟ ଜୀବନାଦର୍ଶ, ଏକନିଷ୍ଠ ସାଧନା, କର୍ତ୍ତବ୍ଯ ପରାୟଣତା, କର୍ମାଭିମୁଖୀ କାର୍ଯ୍ୟଶୈଳୀ, ଛାତ୍ର ବତ୍ସଳତା, ଶିକ୍ଷା ଦାନ ଓ ସମାଜ ସେବା ଜଗତକୁ କରି ପାରିଛି ଚଳଚଞ୍ଚଳ ଓ କର୍ମ ମୁଖର। ଇଂରାଜୀ ସାହିତ୍ୟରେ ପ୍ରଚଣ୍ଡ ଜ୍ଞାନ ରଖିଥିବା ଆପଣ ଜଣେ ସୁନାମଧନ୍ୟ ଶିକ୍ଷକ ଭାବେ ଚିର ବନ୍ଦନୀୟ। ଉଚ୍ଚକୋଟୀର ଶିକ୍ଷାଦାନ କରି ଉତ୍ତମ ଛାତ୍ର ଛାତ୍ରୀ ଗଢିବାରେ ଆପଣଙ୍କ ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ। ପବିତ୍ର ଉତ୍କଳ ମାଟିରେ ଜନ୍ମ ଲାଭ କରି ଜଣେ ଆଦର୍ଶ ଶିକ୍ଷକ ଓ ଆଦର୍ଶ ମଣିଷ ଭାବରେ ଯେଉଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସେହି ସଫଳତାକୁ ସ୍ମରଣୀୟ କରି ରଖିବା ଲକ୍ଷ୍ୟରେ ଆପଣଙ୍କୁ ଗୁରୁ ଗୌରବ ସମ୍ମାନରେ ସମ୍ମାନିତ କରି ନିଜକୁ ଧନ୍ୟ ମନେ କରିବା ସଙ୍ଗେ ସଙ୍ଗେ ଆପଣଙ୍କ ଭବିଷ୍ୟତ ଜୀବନର ମଙ୍ଗଳ କାମନା କରୁଛୁ।
ହେ ମହାଭାଗ,
ଆପଣ ଯଶସ୍ବୀ ଓ ସଦା ସୁଖୀ ରହନ୍ତୁ – ଏହା ହିଁ ଜଗତର ନାଥ ଜଗନ୍ନାଥଙ୍କଠାରେ ପ୍ରାର୍ଥନା।
—————————–
Honourable Guest
—————————
ପଣ୍ଡିତ ଦୈତାରୀ ମହାପାତ୍ର
ରାଜ୍ୟ ଶିକ୍ଷା ଶିକ୍ଷା ଅଧିକାରୀ
ଶ୍ରୀଯୁକ୍ତ ରଘୁନାଥ ସାହୁ
ପୂର୍ବତନ ସାଧାରଣ ସମ୍ପାଦକ, ଓଷ୍ଠା
ଶ୍ରୀଯୁକ୍ତ ପଦ୍ମଲୋଚନ ଦାସ
ଅବସର ପ୍ରାପ୍ତ ଜିଲ୍ଲା ଶିକ୍ଷା ନିରୀକ୍ଷକ
ଶ୍ରୀଯୁକ୍ତ ଜଗନ୍ନାଥ ପାତ୍ର
ପ୍ରାକ୍ତନ ପ୍ରଧାନ ଶିକ୍ଷକ
ଶ୍ରୀଯୁକ୍ତ ଅଭିମନ୍ୟୁ ରାଉତ
ପ୍ରଧାନ ଶିକ୍ଷକ
ସାହିତ୍ୟ ସାରଥି ସତ୍ୟ ପ୍ରକାଶ ସେଠୀ,
ଉପ ସହକାରୀ ନିବନ୍ଧକ
ସମବାୟ ସମିତି ସମୂହ
8.