Satya Prakash
କବିତା

ମାଇଲା

ମାଇଲା by ସତ୍ୟ ପ୍ରକାଶ ସେଠୀ
———–
ମାଇଲା ମାଇଲା ମାଇଲା
ବାଟ ଘାଟ ଛେକି ମାଇଲା
ବାରବାର ମୋର ସ୍ୱପ୍ନକୁ
ଭାଙ୍ଗି ଖଣ୍ଡ ବିଖଣ୍ଡିତ କଲା
ହେଲେ ମୁଁ କ’ଣ ଚାହିଁଥିଲି
ଏମିତିକା ଗୋଟେ ଜୀବନ?
ଯେଉଁଠି ସ୍ଵପ୍ନ ସବୁ ମୋର
ସାତ ନଈ ତେର ସପନ
କୁହୁକ ରାଇଜେ କୁହୁକ
ଅଗନା ଅଗନୀ ବନସ୍ତ
ସାତ ତାଳ ଭୂତଳ ପଙ୍କ
ସିନ୍ଦୁକ ଭିତରେ ପେଡ଼ି
ଫରୁଆରେ ଅଛି ଭଅଁର
ତା’ ଭିତରେ କ’ଣ ଲୁଚିଛି
ନା ସ୍ଵପ୍ନ ସବୁ ମୋ ହଜିଛି
ଯୁଆଡ଼େ ଚାହିଁଲେ ନା ଅଛି
ହାତ ପାହାନ୍ତାରେ ବା କିଛି
ନିରାଶାର ଛାୟା ଅଶାନ୍ତି
ହତାଶାର ଧୂମ କୁଣ୍ଡଳୀ
ଦୁନିଆ ଲାଗେ ବିଷପିତା
ନିଶ୍ଚୁପ୍ ନିଶବ୍ଦ ପୃଥିବୀ
ତା ଭିତରେ ସେ କିନ୍ତୁ ଏକା
ନାହିଁ ଧଡକ ବାଦଶାହା
ମୋ ପାଇଁ ହେଲେ ନାହିଁ କାହିଁ
ତିଳେ ହେଁ ମାତ୍ର୍ ଅନୁକମ୍ପା?

Related posts

ଫନି

satya

ରାଜନୀତିବାଲା

satya

ଦମା

satya

Leave a Comment

Login

X

Register