Satya Prakash
କବିତା

ସାହିତ୍ୟ ସଭା

ସହିତ୍ୟ ସଭାଟା ବଡ଼ ବିଚିତ୍ର ଲାଗେ ମନେ
ଏଠି କବି ଲେଖକଙ୍କର ଭିଡ଼ ନାହିଁ ସେତେ।
ଅକବି ଅଲେଖଙ୍କର ଭିଡ଼ ଜମେ ଯେତେ
ମଞ୍ଚରେ ଚେୟାରଟେ ପାଇଁ ଲବି ଜୋହର୍ ଧରେ।
ଭାଷଣ ଯାହା ହେଉ ମାଇକ୍ରୋ ଫୋନ୍ ହାତେ
ଭାଷଣ ଦେବାକୁ ହୁଏ ଆଗୁସାର କେତେ।
ଜ୍ଞାନ ଥାଉ ବା ନଥାଉ କେଉଁ ବିଷୟେ
କବି ଭାଷ୍ୟକାର ପାଲଟନ୍ତି ସମସ୍ତେ।।
ଫଟୋ ଉଠା ସମ୍ବାଦ ପତ୍ରେ ନାଁ ଛପା ଆଗ
ସର୍ବେ ବ୍ୟସ୍ତ ପ୍ରଚାରରେ ଆତ୍ମ ପ୍ରଚାର ଯୁଗ।

ଅସଲ ସାହିତ୍ୟକକୁ ଏଥକୁ କିଏ ପଚାରେ
ସାହିତ୍ୟିକ ଆମେ ସାହିତ୍ୟ ସାଧନା ବ୍ରତେ
ଲେଖନୀ ଚଳାଇବା ଚାଲ ସମାଜ ହିତେ
ନାହିଁ ପ୍ରୟୋଜନ କିଛି ଭାଷଣ କୀର୍ତ୍ତନେ
ହଟହଟା କିଆଁ ହେବା ସଭା ଚକରରେ
ଆଜି ନୋହିଲା ନାହିଁ କାଲି ସମାଜ ପାଖେ
ବାର୍ତ୍ତା ପହଁଞ୍ଚିବା କଥା ପହଁଞ୍ଚିବ ନିଶ୍ଚେ

Related posts

ପୀଡ଼ା ହୟାନ୍ତକ

satya

କୁମ୍ଭୀର ଓ ଗଜ

satya

ଏକ ଅନୁଚିନ୍ତା health is wealth

satya

Leave a Comment

Login

X

Register