Satya Prakash
  • Home
  • କବିତା
  • ସେଇ ଏକା ବନ୍ଧୁ ସବୁଠୁଁ ପ୍ରିୟ ବନ୍ଧୁ
କବିତା

ସେଇ ଏକା ବନ୍ଧୁ ସବୁଠୁଁ ପ୍ରିୟ ବନ୍ଧୁ

ବନ୍ଧୁ
——by ସତ୍ୟ ପ୍ରକାଶ
ମୁଁ କାଁ ଭଲ ପାଏ ମୋ ବନ୍ଧୁର ନିବିଡ଼ ବନ୍ଧୁତ୍ଵକୁ
ତା’ର ଆନ୍ତରିକପୂର୍ଣ୍ଣ ଅନ୍ତରୀଣ ଭାବସତ୍ତାକୁ
ତା’ର ମିଠା ମିଠା କେଇପଦ କଥାକୁ
ଦୁଃଖ ଅବା ସୁଖରେ ତା ସହିତ ବ୍ୟୟିତ ମୁହୂର୍ତ୍ତକୁ
ତା’ର ଚୁଟକଲୀ, ବ୍ୟଙ୍ଗ, ବିଦ୍ରୁପ ସବୁ କିଛିକୁ
ତା’ର ସାହଚର୍ଯ୍ୟ ଓ ସହଯୋଗୀ ତାର ମୁକୁଳାପଣକୁ
ସହଯୋଗୀତା, ସହଭାଗୀତା, ସହିଷ୍ଟୁପଣିଆକୁ
ମୋତେ ଖୁସି ଦେଖିବାର ତା’ର ମିଛ ନାଟକକୁ
ମୋ ପାଇଁ ତା ମନରେ ଉଠୁଥିବା ବ୍ୟଥିତ ଭାବକୁ
ତା’ର ଆକୁଳ ଚେହେରା ବିଷର୍ଣ୍ଣମନା ବଦନକୁ
ତା ଚେତନା ସର୍ବସ୍ଵ ମାନସ ପଟରେ ଆଙ୍କୁ ଆଙ୍କୁ
ଆଙ୍କି ହୋଇଯାଇ ଥିବା ମୋର ପାର୍ଥିବ ଚେହେରାକୁ
ହେଲେ ଭଲ ପାଏନା ଯା’ତା’ ନଟଖଟି ସ୍ଵଭାବକୁ
ମୋ ସତ ମୋ ମା ‘ସ୍ତ୍ରୀକୁ କହି ମୋତେ ଧରାଇ ଦେବାକୁ
କାରଣ ଶତ ପ୍ରତିଶତ ମୋ ଦୋଷ ଦୁର୍ବଳତାକୁ
ବୁଝେ ବୋଲି କ’ଣ ଜରୁରୀ କି ମୋତେ ସୁଧାରିବାକୁ
ତଥାପି ବୋଧେ ମୁଁ ଭଲ ପାଏ ଖୁବ୍ ଭଲ ପାଏ ତାକୁ
ସେଇ ତେବେ କ’ଣ ଏକା ବନ୍ଧୁ ମୋର ପ୍ରିୟ ବନ୍ଧୁ
ବନ୍ଧୁ ପରି ବନ୍ଧୁ ତା’ପରି ବନ୍ଧୁ ନାହିଁ କେହି ବନ୍ଧୁ।

Related posts

ତମାଖୁ

satya

ମଧୁ ବାରିଷ୍ଟର

satya

ଜୀବନ ଗଣିତ ବହି jibana ganita bahi

satya

Leave a Comment

Login

X

Register