Satya Prakash
କବିତା

ସାଇ କୃପା


1.ସାଇଙ୍କୁ ପାଇଲି ନାହିଁ .. 

ସାଇ ସାଇ ବୋଲି ପଡ଼ିଛି ଚହଳ
ସାଇଙ୍କୁ ପାଇଲି ନାହିଁ
ଦୁଃଖରେ ପଡ଼ିଛି ସୁଖରେ ଖୋଜୁନି
ଦୁଃଖ ଟିକେ ଯାଉ ନାହିଁ।।
କେମିତି ଯାପିବି ଜୀବନ ତମାମ
ଦୁଃଖ ଯେ ଯାଉଛି ଭରି
ସୁଖେ ସିନା ମୋର ନାହିଁ ପ୍ରୟୋଜନ
ଦୁଃଖେ କିନ୍ତୁ ହୁଏ ଘାରି।।
କେମିତି ଲଭିବି ନିସ୍କୃତି ତହିଁରୁ
ଉପାୟ ତ ପାଉ ନାହିଁ
ତୁ ପରା ଈଶ୍ଵର ସର୍ବ ଶକ୍ତିମାନ
ଦୁଃଖ କିଆଁ ହରୁ ନାହିଁ।।

2. ସାଇ କେବଳ

ଭିକାରୀ ମଣିଷ ଛିଣ୍ଡା ଝୁଲି ଖଣ୍ଡେ
ଅବଲମ୍ବନ ଯାହାର
ଆଜି କିନ୍ତୁ ପରା ସୁନା ସିରିପାରେ
ଜୀବନ ବିତୁଛି ତା’ର ।।
ତ୍ୟାଗର ମହିମା କେ ପାରିବ କଳି
ତ୍ୟାଗ ସିନା ଏକା ବଳୀ
ତ୍ୟାଗ ପୂତ ଯା’ ର ଜୀବନ ଆଦର୍ଶ
ସବୁ ଦେବତାଠୁଁ ବଳି।।
ଆଦର ସମ୍ମାନ ତା’ ଲାଗି ଥୁଆଟି
ଦିଅଁଙ୍କ ପୂଜନ ପୁଜେ
କୋଟି ଜନ ମନ ଜିଣିଥବା ହେତୁ
ହୃଦୟରେ ରଖି ଭଜେ ।।
ଆସ ତେଣୁ ସର୍ବେ ପୂଜିବା ଈଶ୍ଵର
ସାଇଙ୍କୁ ରଖିବା ଆଗେ
ସେଇ ଏକା ସାହା ଦରିଦ୍ର ଭରସା
ମନରାଜା ମନୁ ଜାଗେ।।
3.

କେଉଁଠୁ ପାଇଲ ବଳ?

ସାଇ ବାବା କିମ୍ପା ଜୀବନ ଯାପନ
ଶୈଳୀଟା ଏତେ ସରଳ
କେମିତି ସାଧନା କଲ ଏଡ଼େ ବଡ଼
କେଉଁଠୁ ପାଇଲ ବଳ?
ମାନବ ଜୀବନ ପାଇ ଅଛି ମୁହିଁ
ଲୋଭ ମୋହ ପୂରି ଅଛି
ଛାଡି ପାରୁ ନାହିଁ ଯେତେ କହିଲେ ବି
ମାୟା ଗ୍ରାସ କରୁଅଛି।
ଏଡିକି ନିର୍ଲୋଭୀ କେମିତ ହୋଇଲ
ସବୁ ତ୍ୟାଗ କରିଦେଲ
ଅନ୍ୟର ମଙ୍ଗଳ ତୁମର କାମନା
ମଣିଷକୁ ଭଲ ପାଇଲ।।

4.

ସାଇ ଦର୍ଶନ

ସାଇ ସାଇ ବୋଲି କେତେ ଯେ ଗୁହାରୀ
କରୁଅଛି ମୁଁ ଶତତଃ
ହେଲେ କାହିଁ ସାଇ ମିଳିଲାନି ମୋତେ
ଦୁଃଖେ ହୁଏ ଜର୍ଜରିତ।।
ସାଇଙ୍କୁ ଦର୍ଶନ କରିବାକୁ ମୁହିଁ
ଆସିଥିଲି ପରା ଧାଇଁ
ପଥ କଷ୍ଟ ମୋର ଲାଘବ ହେଲାନି
ଦର୍ଶନ ଦେଲେନି ସାଇ।।
କାହାକୁ କହିବି ଦୁଃଖ ମୁଁ କରିବି
ମୁଣ୍ଡରେ ପଶୁନି କିଛି
ଏଇଠି ବସିବି ଦିନ ପରେ ଦିନ
ମନରେ ସଙ୍କଳ୍ପ ଅଛି।।
ନୋହିଲେ ଜୀବନ ହାରିବି ପଛକେ
ଏଠୁ ହଟିବିନି ମୋଟେ
ତେଣିକି ଦେଖିବି ଟାଣପଣ କେତେ
ସାଇ ରଖିଛନ୍ତି ଗୋଟେ।।

4.ଜ୍ଞାନ ବେକା

ସାଇ ତୁମେ ଦେଖି ମନେ ମୋର ଆଜି
ଭାବାନ୍ତର ଏଡ଼େ କିଆଁ
ସତେ ତୁମେ କ’ଣ ଦିବ୍ୟ ପ୍ରତିକୃତି
ଶରୀର ଉତ୍ତପ୍ତ ନିଆଁ?
ତୁମ ପ୍ରତିମୂର୍ତ୍ତି ଉଇଁ ତ ଉଠୁଛି
ମୋ ମନୁ ପାରୁନି ଲିଭି
ଉଦ୍ଦାତ ଉଦ୍ଗାତ ସ୍ଵରେ ତୁମ ବାଣୀ
ସ୍ପଷ୍ଟ ଯାଏ ମୋତେ ଶୁଭି।।
ତୁମରି ଦର୍ଶନ ଅଭିଳାଷ କରି
ବସିଛି ମୁଁ ଏଠି ଏକା
ଦେଉନୁ ତୁ  ମୋତେ ବାରେ ଖାଲିି ଦେଖା
ଖୋଲି ଯାା’ ନ୍ତା ଜ୍ଞାନ ବେକା।।

5.ପ୍ରେମ ବିଦ୍ୟାଳୟ
ପ୍ରେମ ବିଦ୍ୟାଳୟେ ନାମ ଲେଖି ଦେଲେ
ଛୁଟି ମୋଟେ ମିଳେ ନାହିଁ
ସବୁ ବେଳେ ଖାଲି ପ୍ରେମ ଅନୁଚିନ୍ତା
ପ୍ରେମ ଛାଡି ପାରେ କାହିଁ।। 0
ମଣିଷକୁ ଥରେ ଭଲ ପାଇଗଲେ
ନିଜକୁ ଭୁଲଇ ପରା
ପର ପାଇଁ ଦିଏ ପ୍ରାଣ ବିସର୍ଜନ
ନିଜ କର୍ମ କରେ ମାରା।।1
ନିଜର ଜୀବନ ବଳିଦାନ ଦେଇ
ଲଭି ପାରେେ କେ ଅମରି
ସେଇ ଶରୀ ଦାନ ମାଟିରେ ପଡଇ
ଦାନା ଦ୍ରୁମ ସ୍ରୁଷ୍ଟିକାରୀ
ପ୍ରସ୍ଫୁଟିତ ଫୁଲ ଫୁଟିବ ତହିଁ କି
ତମରି ମହକ ଧରି।। 2

6.ନୀରହଙ୍କାରୀ ପୁରୁଷ

ଦେଖି ନାହିଁ କେଣେ ତୁମ ପରି ଏଡ଼େ
ନୀରହଙ୍କାରୀ ପୁରୁଷ
କେମିତି ଅଚିରେ ବିଲୟ ଭଜିଲ
ମହାପ୍ରୟାଣ କି ଶେଷ।।0
ଛାଡି ଚାଲିଗଲ ଶିରିଡି ଶ୍ରୀକ୍ଷେତ୍ର
ଶୂନ୍ୟ କରି ମାତୃ କୋଳ
ଆଜିବି ଝୁରୁଛି ତୁମକୁ ଭକତ
ତୁମରି ପ୍ରେମରେ ଭୋକ।।1
ତୁମ କୃପାବାରି କରିଛି ଆଶ୍ରୟ
ନକର ସେତକ ହେଳା
ଜୀବନ ତରୀ ମୋ ଚହଲି ଗଲାଣି
ବୁଡ଼ିବ ଏକ୍ଷଣି ଭେଳା।। 2

7.ସାଇ ତୁମେ ପରା ଭଲ ଲୋକ

ସାଇ ତୁମେ କାଳେ ଭାରି ଭଲ ଲୋକ
ତୁମେ ବଳେ ଦେଖା ଦିଅ
ମୁଁ କିନ୍ତୁ ଡାକୁଛି ମୋତେ ମିଳ ନାହଁ
ମୋ ପ୍ରତି ଅନ୍ୟାୟ କଲ।।
ଗର୍ବ ମୋହ ସବୁ ପରିତ୍ୟାଗ କଲେ
ତୁମେ ପରା ଦେଖା ଦିଅ
ଦାନ ଧ୍ୟାନ ଆମେ ଦୁଃଖୀ ଜନେ କଲେ
ତୁମେ ପରା ଦେଖା ଦିଅ।।
ଅନ୍ୟକୁ କେହି ତ ଆହାଃ ପଦେ କଲେ
ତୁମେ ପରା ଦେଖା ଦିଅ
ଅହଙ୍କାରୀ ଜନ ଅହଂ ଶୂନ୍ୟ ହେଲେ
ତୁମେ ପରା ଦେଖା ଦିଅ।।
ଭକ୍ତିରେ ପୂଜିଲେ ଭକତ ପ୍ରବର
ତୁମେ ପରା ଦେଖା ଦିଅ
ରୋଗ ବ୍ୟାଧି ଜରା ଭୋଗାଭୋଗ ହେଲେ
ତୁମେ ପରା ଦେଖା ଦିଅ।।
ନିରନ୍ନ ଜନତା କ୍ଷୁଧାରେ ରହିଲେ
ତୁମେ ପରା ଦେଖା ଦିଅ
ବିପଦରେ ପଡି ହାତ ଟେକି ଦେଲେ
ତୁମେ ପରା ଦେଖା ଦିଅ।।
ଆଜି ପୁଣି କାହିଁ ଏମିତି ହେଲା କି
ମୋତେ ଭେଟ କଲ ନାହିଁ
ତୁମ ଅପେକ୍ଷାରେ ବସିଛି ମୁଁ ଏଠି
ତୁମକୁ ପାଇଲି ନାହିଁ।।

8.ମହା ଜ୍ଞାନୀ  ସାଇ.. .
ସବୁ ଦେଖି ଶୁଣି ଚୁପି ରହିଲେ ହେଁ
ପାଟି ଖୋଲି ଯେବେ କହେ
ସୁଜ୍ଞାନୀ ବିଜ୍ଞାନୀ ଆଶ୍ଚର୍ଯ୍ୟ ଚକିତେ
ନିର୍ନିମେଷ ନେତ୍ରେ ରହେ।। 0
କେଉଁଠୁ ତୁମକୁ ଆସୁଥିଲା ଜ୍ଞାନ
ପଣ୍ଡିତଙ୍କୁ ଚୁପି କରେ
ଜ୍ଞାନୀ ବୋଲି କେବେ ଦାବୀ କରି ନାହଁ
ତୁମଠୁଁ ସୁଜ୍ଞାନୀ କିଏ।।1
ଜ୍ଞାନ ପିପାସୁ ମୁଁ ଜ୍ଞାନର ଆଲୋକେ
କର ମୋତେ ଉଦ୍ଭାସିତ
ଜ୍ଞାନ ଚକ୍ଷୁ ମୋର ଉନ୍ମିଳିତ ହେଉ
ତୁମଠିଁ ରଖିଛି ମତ।। 2

9.ସାଇ ଜୀବନ ସଂହିତା
ଆଣ୍ଠୁ ଯାଏଁ କୁର୍ତ୍ତା ମୁଣ୍ଡଟାରେ ଟାୟା
ଦେହରେ ଖଣ୍ଡେ କାମିଜି
ସେଇ ସେତିକିରେ ସରିଗଲା ତୁମ
ଜୀବନ ଗଣିତ ବହି ।।0
ଜୀବନ ତମାମ ପାରିଲନି କିଛି
ରୋଜଗାର ଗୋଟେ କରି
ଘୂରି ଲାଗିଲଟି ଘର ଘର ବୁଲି
ଭିକ୍ଷା ଥାଳ ଗୋଟେ ଧରି। ।1
ତଥାପି ଜ୍ଞାନର ଏଡିକି ସାଗର
ହେତୁ ନିରୂପଣ କରେ
କେଉଁ ସମସ୍ୟାଟି ସମାଧାନ ନୂହେଁ
ତୁମ ହାତ କରଣୀରେ।।

10.ତୋ ବିନା
By ସତ୍ୟ ପ୍ରକାଶ ସେଠୀ
ସାଇ ବି ନା ମୋ ନାହିଁ ଗତି ମୁକ୍ତି
ତୁଇ ପରା ମୁକ୍ତିଦାତା
ତେଣୁ ତ ଆସିଛି ତୋହରି ଶରଣେ
ରଖିଲେ ରଖିବୁ ଏକା।।
ଶୋକ ସନ୍ତାପରେ ଯାଉଛି ମୋ ପ୍ରାଣ
ଛଟପଟ ଖାଲି ମନ
ଉଧୁରିବା ମାର୍ଗ ପାଉ ନାହିଁ କେଣେ
ନିରର୍ଥକ ଏ ଜୀବନ।।
ଭାଗ୍ୟକୁ ନିନ୍ଦିବି ନା ତୋତେ କହିବି
ସ୍ଥିର କରି ପାରୁ ନାହଁ
ତଥାପି ତୁମକୁ ଅପେକ୍ଷା ମୋହରେ
ଦୁଃଖ ଭାଗ କମୁ ନାହିଁ।।

Related posts

ନୂଆ ବରଷ ବରଷ ଉଣେଇଶି

satya

ହେ!

satya

ବିଦାୟ ବେଳାରେ ମାଗୁଛି ମେଲାଣି

satya

Leave a Comment

Login

X

Register