Satya Prakash
କବିତା

ନିରୁତ୍ତରିତ ପ୍ରଶ୍ନ

ନିରୁତ୍ତରିତ ପ୍ରଶ୍ନ
By ସତ୍ୟ ପ୍ରକାଶ ସେଠୀ
ବଡ଼ ନିରର୍ଥକିଆ ପ୍ରଶ୍ନଟାଏ
ପଚାରିଲେ ଉତ୍ତର ହଁ – ନା
ତେଣୁ ସେ ତ ସନ୍ତୁଷ୍ଟି ମିଳେନା
ଖାଲି ସିନା ଗୁଡାଇ ତୁଡାଇ
ମନ ଦହେ ହୃଦୟ ଚକଟେ
ଜୀବନଟା କ’ଣ ଓ କାହିଁକି
ଯେଉଁଟାକୁ କିନ୍ତୁ ଆମେ ବୋଧେ
ସମସ୍ତେ ହିଁ ଜିଇଁବାକୁ ଚାହେଁ
ହେଲେ ହେଁ କାହିଁ କିଛି ଉତ୍ତର
ଖୋଜି ପାଇନି ସେ ତ ଏଯାଏଁ
ଖୋଜିଛି କିନ୍ତୁ କେଣେ ଯେ କାହିଁ
ଅଗମ୍ଯ ବନସ୍ତୁ ପାହାଡର
ସୁଉଚ୍ଚ ଉତ୍ତୁଙ୍ଗ ତୁଙ୍ଗ ଯାଏଁ
କେତେ ମୁନି କେତେ ପୁଣି ରୁଷି
ଅନ୍ୱେଷା ଏବଂ ଅନ୍ୱେଷଣର
କାହିଁ ଆସି ନାହିଁ ଅପରାହ୍ନ
ସରି ନାହିଁ ଅତିରିକ୍ତ ଖୋଜା
ଯାହାର ବା ନାହିଁ ପୁଣି ଅଛି
ନିର୍ଦ୍ଧିଷ୍ଟ ଓ ନିଶ୍ଚିତ ଉତ୍ତର।

Related posts

ଧନ୍ୟ ତା’ ଊର୍ଜଃ

satya

କେବଳ ଦେଖନ୍ତି

satya

ମୁଁ ସିନା ବସିଛି…

satya

Leave a Comment

Login

X

Register