Satya Prakash
Uncategorised

ମ୍ୟାଲେରିଆ ଦିବସ

ମେଲେରିଆ ଦିବସ – 20/8
By ସତ୍ୟ ପ୍ରକାଶ ସେଠୀ
ମଶା ମାଛି ବଡ଼ ଶତୃ ପାଲଟିଣ
ରୋଗର ବାହକ ହୁଏ
ଟିକିଏ ସତର୍କ ନ ହେବା ଯେବଣ
ଜୀବନ ନାଶିବେ ସିଏ।।।
ମଶା ପ୍ରତି ଆମେ ସତର୍କ ରହିବା
ମଶାରୀ ଟାଙ୍ଗି ଶୋଇବା
ଯେଣୁ ମେଲେରିଆ ବଡ଼ ଭୟଙ୍କର
ତା ଦାଉ ମୁକ୍ତ ରହିବା।।
ମାଈ ଏନଫିଲ୍ଡ ମଶା କାମୁଡ଼ିଲେ
ବିପଦଜ୍ଜନକ ହୁଏ
କ୍ୱିନାଇନ ଖାଇ ରୋଗୁ ମୁକ୍ତି ପାଏ
ନୋହିଲେ ଜୀବନ ଯାଏ।।
ଆବିଷ୍କାରଙ୍କୁ ତ ଧନ୍ୟବାଦ ଦେବା
ଯିଏ ଜାଣି ପାରି ଥିଲେ
ସିଏ ନୂହେଁ କେହି ରୋନାଲ୍ଡ ରସ୍
ନାମରେ ବିଖ୍ୟାତ ହେଲେ ।।

Related posts

ଗୁରୁଜୀ

satya

ମୁଁ ନୋବେଲ ପାଇବି

satya

ସମ୍ପାଦକୀୟ ବସନ୍ତ ବାହୁଡ଼ା ପତ୍ରିକା

satya

Leave a Comment

Login

X

Register