Satya Prakash
Uncategorised

କବିତା ଓ ଦିବସ

ଦିବସ ଓ କବିତା
—-by ସତ୍ୟ ପ୍ରକାଶ ସେଠୀ
ଜାନୁୟାରୀ ଯଦି ବର୍ଷର ଆରମ୍ଭ
ଡିସେମ୍ବର ତେବେ ଶେଷ
ମଝିରେ ପାଳିତ ଅନେକ ଉତ୍ସବ
ରହିଯାଏ ଅବଶେଷ ।।
ପ୍ରତିଦିନ ଗୋଟେ ନୂଆ ପୃଥିବୀର
ନୂତନ ସୂର୍ଯ ଉଦୟ
ଯେଉଁଠି ନ ଥାଏ କାଲିର ହୋ ହାଲ୍ଲା
ସବୁ ସମ୍ଭାବନାମୟ।
ପୁରୁଣା ଦିନର ସ୍ମୃତି ଅନୁଭୂତି
ହୋଇପାରେ କେବା ସାକ୍ଷ୍ୟ
ତେବେ ସ୍ରୁଷ୍ଟିଶୀଳ ସ୍ରୁଷ୍ଟିକୁ ଆଦରି
ସ୍ଥିର କର ନିଜ ଲକ୍ଷ୍ୟ। ।।

ବିଗତ ଯେ କେତେ ଭୟାନକ ଥିଲା
ହୋଇବ କି କେବେ ଭେଟ
ଏବେଠୁ ଏବେକୁ ଦେଖିଣ ଚଳିବା
ହୋଇବ ଭବିଷ୍ୟ ବାଟ।।
ଅତୀତ ଯେ ସତେ କଷ୍ଟମୟ କେତେ
ଗୁରୁତ୍ଵ ଦେଲେ କି ଚଳେ
ଜିଇଁବାକୁ ଯେଣୁ ହେବ ଯେ ଆଗକୁ
ଭବିଷ୍ୟ ଦେଖିବା ବଳେ।।
ପିଛିଲା ଦିନର ପିଛିଲା କଥାକୁ
ଭୁଲିଯିବା ସବୁ ଦିନେ
ସ୍ମୃତି ଭାଲ ପଟେ ରୂପା ଜହ୍ନ ହୋଇ
ପଡୁପଛେ ସଦା ମନେ।।
ଜାନୁୟାରୀ ମାସ ସବୁଥିରେ ଯହୁଁ
ନୂତନ ଅୟମାରମ୍ଭ
ପୁରୁଣା ଦିନର ସବୁ କିଛି ଧରି
କରୁଥାଉ ଶୁଭାରମ୍ଭ।।

ଉତ୍ସବ ମୁଖର ହୋଇଣ ସରବେ
ଖୁସି ମନାଇବା ସଦ୍ଯ
ପର୍ବ ପର୍ବାଣୀ ଯେ ଆମରି ସକାଶେ
ସ୍ରୁଷ୍ଟି ପରା ଅନବଦ୍ଯ। ।

ବହୁତ ଉତ୍ସବ ବହୁତ ଦିବସ
ପାଳିତ ହୁଅଇ ଏଠି
ସବୁ ଉତ୍ସବକୁ ସବୁ ଦିବସକୁ
ଗୁରୁତ୍ଵ ଦିଅଇ ମାଟି

Related posts

ଏକ ହାସ୍ୟ କଥା

satya

ପଥିତ ଯଶା ପୁରୁଷୋତ୍ତମ

satya

ଖାଦ୍ୟ ଦିବସ

satya

Leave a Comment

Login

X

Register