Satya Prakash
  • Home
  • କବିତା
  • ଆନ୍ତର୍ଜାତିକ ଲେଭେଲ କ୍ରସିଂ ସଚେତନ ଦିବସ
କବିତା

ଆନ୍ତର୍ଜାତିକ ଲେଭେଲ କ୍ରସିଂ ସଚେତନ ଦିବସ

International level crossing awareness day – 6th June
–by ସତ୍ୟା ପ୍ରକାଶ ସେଠୀ
ରାସ୍ତାରେ ଘଟଣ ଅଘଟଣ କେତେ
ନିତି ଘଟୁ ଅଛି ସତେ
କେତେ ପରିବାର ଉଜୁଡ଼ି ଯାଉଛି
ସତର୍କ ହେଉନି ଏତେ।
ବାମ କଡେକଡେ ସଡ଼କେ ଚାଲିବା
ଅଟଇ ଯେ ବିଧିମାନ୍ୟ
ହେଲେ ଛକ ସ୍ଥାନ ବାଧକ ସାଜୁଛି
ଅତିକ୍ରମଣୀୟ କଷ୍ଟ।।
ବହୁ ଧନଜନ ଲେଭେଲ କ୍ରସିଂରେ
ଅକାଳେ ଝଡ଼ି ପଡୁଛି
ଗୋଟେପଟେ ଟ୍ରେନ ଅନ୍ୟପଟେ ଗାଡ଼ି
ମୁହାଁମୁହିଁ ହେଉଅଛି।।
ସତର୍କତା ତେଣୁ ଅବଲମ୍ବନୀୟ
ସଚେତନତା ଜରୁରୀ
ଟ୍ରାଫିକ୍ ନିୟମ କଡାକଡି ପାଳି
ବିପଦକୁ ଦେବା ଟାଳି।।
ରୋକିବାକୁ ୟାକୁ ଦରକାର ଅତି
ଫ୍ଲାଇ ଓଭର୍ ବ୍ରିଜର
ନୂତନ କୌଶଳ ସଚେତନ ବାର୍ତ୍ତା
ତହୁଁ ବଳି ଶ୍ରେୟସ୍କର ।।

Related posts

ଗାଁ ମାମଲତକାର

satya

ବୃକକ୍ kidney treatment

satya

ଏକତା ଦିବସ

satya

Leave a Comment

Login

X

Register