Satya Prakash
କବିତା

କଥା Talk

କହି ଜାଣିଲେଟି କଥାଟି ସୁନ୍ଦର
କହି ନୁଆରିଲେ ପରା
ସବୁ ସେ ଅସାର ତହିଁକି ବେକାର
ଶିଖିବାଟି ତହୁଁ କଥା।। 1
ଦୁନିଆକୁ ଆମେ ତୋଳିବାଟି ଗଢି
କରି ସରସ ସୁନ୍ଦର
କଥାରେ କଥାରେ ମହାଭାରତ ତ
ଘର ବି ବସେ ଶତତଃ ।। 2
ସବୁ କଥା କେବେ ନୁହେଁ ସେ ଅକଥା
ଆଉ ବେଳେକୁ କେମିତି
ପାଲଟି ଅକଥା ଦିଏଟି ଯାତନା
ମନସ୍ୱିତା ହୁଏ ଘାରି।। 3
ସେଇ କଥାରେ ବା ଅସଜଡ଼ା ଘର
କେବେ ସେ ସଜଡ଼ା ହୁଏ
କେବେ କେବେ ପୁଣି ସୁନ୍ଦର ସଂସାର
ଏମିତି ଉଜୁଡ଼ି ଯାଏ।। 4
କଥାରେ କଥାଟି ବସିଲେ ମାଠିଟି
ହୁଏ ପରା ସେ ତ ମୋଟ
ପତଳେଇ ଦେଲେ କଥାଟାକୁ ଟିକେ
ହୁଏ ସବୁ ପରା ଛୋଟ।। 5
କଥାରେ କଥା ତ ନକହିଲେ ଦୋଷ
କହିଲେ ପୁଣି ବି ରୋଷ
କଥା ପାଇଁ ଏଠି ହୁଏ ସବୁ ନାଟ
କଥା ପାଇଁ ନିତି ହାଟ।। 6
କଥାରେ ଯେ ହଟ ପକାଇ ନଥାଟି
ଅଯଥାରେ କରେ ହାଟ
ଲେଖିଲେ ସେ ଅଛି ପୋଛିଲେ ସେ ନାହିଁ
କଥାଟା ପାଣିର ଗାର।। 7
କଥାଟା ଉଜାଣି ସୁଅ ପାଣି ପୁଣି
ଗଡିଗଲେ ଲେଉଟେନି
କଥା ପରା ଯେଣୁ ଅଫେରନ୍ତା ବାଣ
ପାଟିରୁ ଖସିଲେ ମଲି।। 8
କଥାଟା ଥରେଟି କରି ଦେଲେ ଭାରି
ଆଉ ହୁଏନି ସେ ଖାଲି
ପ୍ରଭାବଟା କିନ୍ତୁ ସୁଦୂର ପ୍ରସାରୀ
ବାରବାର ବିନ୍ଧେ ଖାଲି।। 9
କଥା ବିକିଲେ ତ ପଚା ସଢ଼ା ସଜ
କାଳି କନ୍ୟା ରୂପା ଜହ୍ନ
ସେହି କଥାରେ ବି ଦସ୍ୟୁ ରତ୍ନାକର
ପାଲଟେ ରୁଷି ବାଲ୍ମିକ।। 10
ଆସ ତେବେ ହେବା କଥା ପରି କଥା
କାହାକୁ ନକରି ଖେସା
କଥାରେ ଦୁନିଆ କଥାରେ ଜିତିବା
ହୋଇବା ଜଗତଜିତା।। 0

Related posts

ଅନାଥ

satya

Nutrition day

satya

ଗଙ୍ଗ ଶିଉଳୀ

satya

1 comment

Nibedit choudhury 23rd August 2018 at 2:21 pm

ସତ କଥା…..
କହିଜାଣିଲେ କଥା ସୁନ୍ଦର
ଗଢ଼ି ଜାଣିଲେ ଘର ସୁନ୍ଦର

Reply

Leave a Comment

Login

X

Register