Satya Prakash
Uncategorised

କନ୍ୟା ରତ୍ନ

କନ୍ୟା ରତ୍ନ
By ସତ୍ୟ ପ୍ରକାଶ ସେଠୀ
ସନ୍ତାନ ସନ୍ତତି କାମନା କରନ୍ତି
ସବୁ ପିତା ମାତା ସତେ
ହେଲେ କିନ୍ତୁ ପୁତ୍ର ସନ୍ତାନଟି ପାଇଁ
କାହିଁକି ଉଦବେଗ ଏତେ।।
ଆଜି ବି ପୁରୁଷ ନାରୀଙ୍କ ମଧ୍ୟରେ
ଫରକଟି ବାରି ହୁଏ
ପୁରୁଷଠୁଁ କିଆଁ ନାରୀର ଆଦର
କମି କମି ଏଠି ଯାଏ।।
ଦିନ ଥିଲା ପରା କନ୍ୟା ରତ୍ନ ପାଇଁ
ଦଶ ଦିଗ ଭ୍ରମୁ ଥିଲା
ପରେ କିନ୍ତୁ ପରା କନ୍ୟା ଭ୍ରୂଣ ନଷ୍ଟ
ଅନୁଚିନ୍ତା ବଢି ଥିଲା।।
ଏବେ ତେଣୁ ସଭ୍ଯ ଶିକ୍ଷିତ ସମାଜ
ସଚେତନ ହୁଅ ଖର
ନାରୀ ପରା ସ୍ରୁଷ୍ଟି ନିୟାମକ ଅଟେ
ତା ବିନା ଯେ ଅନ୍ଧକାର।।
କନ୍ୟା ରତ୍ନ ପରା ସୁନା ଠୁଁ ବି ବଳି
ତା ମୂଲ ଅମୂଲ୍ୟ ମୂଲ
ତାକୁ ଯଦି ନ୍ୟୁନ ପଣେ କରେ ଗଣ୍ଯ
ନଗନ୍ୟ ହୋଇବ କୁଳ।।
ସଚେତନ ହେବା ସଚେତ ରହିବା
ନାରୀକୁ ସମ୍ମାନ ଦେବା
କନ୍ୟା ଭ୍ରୂଣ ନଷ୍ଟ ପାପ ନ କରିଣ
ସୃଷ୍ଟିକୁ ସୁରକ୍ଷା ଦେବା।।
Happy international girl child day 11/10/20

Related posts

ଆନ୍ତର୍ଜତୀୟ କୁକୁର ଦିବସ

satya

Exclusive interview

satya

ନାନୀ

satya

Leave a Comment

Login

X

Register