Satya Prakash
କବିତା

ଗୁରୁଜୀ guruji

ଗୁରୁଜୀଙ୍କ ଠାରୁ ବେତ ମାଡ଼ ଖାଇ

ସିଧା ହୋଇଥିବା ଆମେ

ଯେତେ ଶିଷ୍ୟଗଣ ସବୁ ଦେବା ଯୋଗ

ବିଦାୟ ଉତ୍ସବ ବେଳେ।। 1

ଆମକୁ ଦେଖିଣ ନିଶ୍ଚୟେ ଯିବଟି

ଦୁଃଖ ତାଙ୍କ ଟିକେ ଟଳି

ଏତିକି ମାତର ପାରିବା ନାହିଁକି

ଆମେ କୃତୀ ଛାତ୍ର ଛାତ୍ରୀ? 2

କି ଦେଇ ପୂଜିବା ପୂଜନୀୟ ଆମ

ପୂଜ୍ୟାସ୍ପଦ ବୋଲି କହେ

ଏତିକି ଯେବେଟି ନପାରିବା କରି

କି ଲାଭ ଛାତ୍ର ଜୀବନେ? 3

ସମୟାନୁବର୍ତ୍ତି ଛାତ୍ରବତ୍ସଳତା

କର୍ତ୍ତବ୍ୟ ପରାୟାଣା ସେ

ଶ୍ରଦ୍ଧା ସୁମନର ନାହିଁ କାହିଁ ତିଳେ

ଊଣା କେତେବେଳେ ଶିଷ୍ୟେ। ।4

ଶିକ୍ଷା ଅନୁଷ୍ଠାନ ଶିକ୍ଷା ଆୟତନେ

ସମ୍ପର୍କ ଦୀର୍ଘ ଦିନର

କେମିତି ତୁଟାଇ ମୋହ ଯିବେ ଆଜି

ବିଷାଦିତ ପରା ମନ। ।5

ଆଶ୍ୱସନା ବାରି ଦେଇଯିବେ ଟିକେ

ହୃଦୟରେ କୋହ ଭରି

ଯାହାକୁ ପାଥେୟ କରି ଲଢ଼ି ଯିବା

ଜୀବନ ସଂଗ୍ରାମ ବାଜି।। 6

ଆସ ଆମେ ସବୁ ମିଳିତ ହେବା ଯେ

ସମ୍ମିଳିତ ସ୍ଵରେ ଗାଇ

ପ୍ରଶଂସାର ବାଣୀ ତାଙ୍କ ଠାରେ ରଖି

ପ୍ରତିଷ୍ଠିତ ଯାହା ପାଇଁ।। 7

ସରଳ ସୁନ୍ଦର ଜୀବନ ସୌକର୍ଯ୍ୟ

ତାଙ୍କ ଠାରେ ଆମେ ଦେଖେ

ଏଡିକି ଉଦାର ମିଷ୍ଟ ଭାଷୀ ଜନ

ଦେଖି ନାହିଁ କାହିଁ କେବେ। ।8

ଚଲା ପଥ ତାଙ୍କ କୁସୁମିତ ହେଉ

ଶାନ୍ତିରେ ଜୀବନ ବିତୁ

ଏତିକି ମାତ୍ର ତ ଈଶ୍ଵରଙ୍କ ଠାରେ

ନିବେଦନ ଆମ ରହୁ।। 0

 

 

 

 

 

 

Related posts

ଜୀବନ ଯାତ୍ରା ଓ ଅଟଳ – ଏକ ଆଲେଖ୍ୟ

satya

ନିର୍ବାଚନୀ ଉଷ୍ମତା

satya

ବନ୍ଧୁ bandhu

satya

Leave a Comment

Login

X

Register