Satya Prakash
କବିତା

ବାତ୍ୟା ତାଣ୍ଡବ

ବାତ୍ୟାରେ ବିଧ୍ଵସ୍ତ ରାଜଧାନୀ ଆଜି
ସଳଖି ପାରୁନି ଅଣ୍ଟା
ପୁରୀର ଅବସ୍ଥା ଆହୁରି ଖରାପ.
ସବୁ ଶୂନ୍ୟ ଖାଲି କଣ୍ଟା।।
ବୃହତ ନଗରୀ ଧବଳ କଟକ
ଶୂନ୍ୟ ଗର୍ଭ ମୟ ଆଜି
ବୃକ୍ଷ ଲତା ସବୁ ତାର ଖୁଣ୍ଟି ଆଦି
ସବୁ ତ ଯାଇଛି ହଜି।।
ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କର
ଅବସ୍ଥା ସବୁ ସେମିତି
ଘର କୋଣେ ଆମେ ବସି ରହିଲେ କି
ସୁଧୁରି ଯିବ ଯେ ସ୍ଥିତି?
ରାଜ୍ୟ ହେଉ ଅବା କେନ୍ଦ୍ର ସରକାର
ଇଚ୍ଛା ଶକ୍ତି ତ ଦେଖାଅ
ଆପାଦ କାଳୀନ ଜରୁରୀ ସେବାଟି
ଆଗ ଯୋଗାଇ ଦିଅ।।

Related posts

ରୁଣୁ ଝୁଣୁ ରଣ

satya

ବାଃ ରେ ଦୁନିଆ ତୁ ଭାରି ବଢିଆ

satya

ବିଚିତ୍ର ଭୂଇଁଟି

satya

Leave a Comment

Login

X

Register