Satya Prakash
କବିତା

ବେଦାଗ ବାଦ୍ଶାହା

ତୁମେ କି ବେଦାଗ ବାଦ୍ଶାହା ଏକା

ଜୀବନରେ କାହିଁ କଳଙ୍କ

କେମିତି ଏମିତି ମହିମା ମଣ୍ଡିତ

ଛୁଇଁଲା ନାହିଁ ସେ ପଙ୍କ।। 1

ଆତ୍ମ ବିଶ୍ଵାସରେ ଭରା କି ହୃଦୟ

କଥନ ଏମନ୍ତ ରୋଟା

ଦୃଢ ନିଶ୍ଚୟତା ନଥିଲେ ବା ମନେ

ସ୍ଫୁରେ ନାହିଁ ମୁଖେ ଭାଷା।।2

ତୁମର କବିତ୍ଵ କବ୍ୟିକ ଜୀବନ

କେଡ଼େ ମନୋଲୋଭା ଆଭା

ବାସ୍ତବ ଜୀବନ ଦୃଶ୍ୟ ପଟ୍ଟ ଚିତ୍ର

ନିଖାରି ବଖାଣ ଅବା।। 3

ବିଭିନ୍ନ କ୍ଷେତ୍ରରେ ଅବଦାନ ଯୋଗୁଁ

ତୁମେ ପରା ପୂଜନୀୟ

ନାଗରୀକ ହୃଦେ ରହିବଟି ସଦା

ଏ କଥାଟି ସ୍ଥିର ନିଶ୍ଚୟ।। 4

ତୁମ କୃତିତ୍ଵ କି ଦଶ ଦଶ ଥର

ଲୋକସଭାରେ ସଦସ୍ୟ

କେବେ ପୁଣି ହୁଅ ତୁମେ ଦୁଇ ଥର

ରାଜ୍ୟସଭାରେ ସଦସ୍ୟ।।5

ଦେଶର ପ୍ରଗତି ପାଇଁ କଲ ସତେ

ସର୍ବ ଶିକ୍ଷା ଅଭିଯାନ

ଅପାଠୁଆ ଆଉ ରହିବେନି ବୋଲି

ସର୍ବେ ଚଳେ ବିଦ୍ୟାଳୟ।। 6

ଦୂର ଭାଷାରେ ଯେ ବିକାଶର ପର୍ବ

ପ୍ରସ୍ତୁତି କରିଣ ଦେଲ

ଘରୋଇ କରଣ ହେବା ଫଳରେଟି

ମୋବାଇଲି ହାତେ ଦେଲ।। 7

ଦିଲ୍ଲୀରେ ତୁମେ କି ଶୁଭାରମ୍ଭ କଲ

ମେଟ୍ରୋ ସେବା ଚଳାଚଳ

ସେହୁ ଆଜି ବିଶ୍ୱେ ପ୍ରସିଦ୍ଧି ଲଭଇ

ସିଦ୍ଧି ସାଧନାର ଫଳ।। 8

 

Related posts

World telecommunication day

satya

ବୈକୁଣ୍ଠନାଥ

satya

ଆଖଣ୍ଡଳମଣି

satya

2 comments

Nibedit choudhury 22nd August 2018 at 8:48 am

ବହୁତ ସୁନ୍ଦର ଲେଖା

Reply
satya 12th November 2018 at 4:23 am

Thanks

Reply

Leave a Comment

Login

X

Register