Satya Prakash
କବିତା

ମନ ପରା ଗଙ୍ଗା ଜଳ

ବହୁ ଦରକାରୀ ଜାଣି ରଖିଥାଅ

ହେଲେ ହେଉ ତ୍ରୁଟି ଜନେ

ଆଚରଣେ ଅବା କ୍ରିୟା କ୍ରମେ କିନ୍ତୁ

ହୃଦ ଥାଉ ଠିକ୍ ସ୍ଥାନେ।।

ହୃଦୟ ଯାହାର ଅଟଇ ନିର୍ମଳ

ମନ ପରା ଗଙ୍ଗା ଜଳ

ତହୁଁ ପାପ ପୁଣ୍ୟ ବିଚାରି କି ଲାଭ

ସେଇଟି ତ ପୁଣ୍ୟ ବଳ ।।

ବିପଦେ କାତର ସମ୍ପଦେ ଚାତର

ଉଚିତ କର୍ମ ସେ କେତେ

ନିଜକୁ ରଖିବା ଶାନ୍ତ ବା ଆୟତ୍ତେ

ଝଡ଼ଝଞା ଆସୁ ଯେତେ ।।

ରଖିଥିବା ସଦା ଦେଇଥିବା କଥା

ପରିସ୍ଥିତି ପଛେ ଭ୍ରଷ୍ଟ

ଚିତ୍ତ ସ୍ଥିତପ୍ରଜ୍ଞ ହେବା ଯେ ଜରୁରୀ

କାହାରେ ନଦେଇ କଷ୍ଟ ।

ଫାଇଦା ନିଅନି ଅସୁବିଧା ବେଳେ

ନିରାଶ୍ରୟଠୁଁ ତ କେବେ

ସନ୍ତୁଷ୍ଟ ପରା ସେ ହୁଏନି ଈଶ୍ଵର

ନୀଚ୍ଚ କର୍ମ ହୁଏ ଯେବେ।।

ବରଂ ନିରାଶ୍ରୟେ ଦୁର୍ବଳ ଅକ୍ଷମେ

ଆଶ୍ରୟଟି ଆମେ ଦେବା

ବିପଦୁ ଉଦ୍ଧାରି ସାହସ ଯୋଗାଇ

ପୁଣ୍ୟ କର୍ମ ସେ କରିବା ।।

ପଦ ପଦବୀ ବା ଅର୍ଥଟି କେବା ସେ

ମାନଦଣ୍ଡ ଯୋଗ୍ୟତାର

ସର୍ବେ ସମ ଭାବ ବହି କର ତେବେ

ଭଦ୍ରୋଚିତ ବ୍ୟବହାର।।

ଏଡ଼ିକି କୃପଣ ରଖିଥାଅ ସଞ୍ଚି

ଧନ ତୁଲ୍ୟ ଭଲପଣ

କି ଲାଭେ ନ ଲାଗେ ଯେବେ ଭଲା କର୍ମେ

ଅଟେ ସେହୁ ମନ୍ଦ ଗୁଣ।।

ବିଭୂ ପାଦପଦ୍ମେ ଥିଲେ ସଦା ଲୟ

ଯମ କଷ୍ଟ ଯାଏ ଫେରି

ଆତ୍ମ ସମର୍ପଣ ଭାବଟି ଥିଲେ ତ

ବିପଦୁ ଯିବାଟି ତରି ।।

Related posts

ପଶୁ ଓ ମଣିଷ

satya

ନିଗୂଢ ରହସ୍ୟ

satya

ବନ୍ୟା ବିଭୀଷିକା kerala flood

satya

Leave a Comment

Login

X

Register