Satya Prakash
କବିତା

ଅଟଳ ମହାମେରୁ

କ’ଣ କେତେ ତୁମେ ନକରିଛ ସତେ

ସ୍ଵର୍ଣ୍ଣ ଚତୁର୍ଭୁଜଠାରୁ

ଆରମ୍ଭ କରିଣ କାରଗିଲ ଯାଏଁ

ତୁମ ଗାଥା ଗାହେ ସବୁ।।

ହଠାତ୍ ଏମିତି ହେଲା ପୁଣି କ’ଣ

ମୁହଁ ମୋଡି ଗଲ ଚାଲି

ଡାକି ଡାକି ଥକି ଶୁଣିବାକୁ ନାହଁ

ଏଡ଼େ ତୁମେ ଅଭିମାନୀ?

ଜାଣିଥିଲେ ପରା ସେଦିନ ଜମାରୁ

ତୁମ ସଙ୍ଗେ ଭାବ ପ୍ରୀତି

କରି ନଥା’ନ୍ତିଟି ଏବେ କିନ୍ତୁ ଲାଗେ

ଉଦାସୀଆ ମନ ଭାରି।।

ଅଟଳ ଅତୁଟ ମହାମେରୁ ପ୍ରାୟ

ଏଡିକି ନିଶ୍ଚଳ ମନା

ଆମର ଆତୁର ଡାକ ଶୁଭୁ ନାହିଁ

କର୍ଣ୍ଣ ଗୁହା ଭେଦି କେବା?

ଫେରି ଆସ ତୁମେ ତୁମକୁ ମୋ ରାଣ

ମୁଁ ପରା ସେ ଅନୁଗତ

ତୁମକୁ ଆମର ଭଲ ପାଇବାଟା

ସ୍ଵତଃ ତେଣୁ ବ୍ୟାକୁଳିତ।।

 

Related posts

ତାର ଓ ଲୌହ ଦଣ୍ଡ

satya

ମୁକ୍ତି ଗଙ୍ଗା

satya

କଜଳ ପାତିଆ ଭଦ୍ରଲୋକ

satya

Leave a Comment

Login

X

Register