Satya Prakash
କବିତା

ଆପଣାର କିଏ?

ମୋଠୁଁ ମୋର ଏଡ଼େ ଆପଣାର କିଏ

ଖୋଜିଛି ଅନେକବାର

ପ୍ରଶ୍ନର ଉତ୍ତର କାହିଁ ତ ପାଇନି

ତହିଁ ସଠିକ୍ ଉତ୍ତର।।1

ବେଳେ ବେଳେ ଏତେ ପାଉଥିବା ଭଲ

ମୋର ନୂହେଁ ମୋ ଶରୀର

ତଥାପି କମତି ଖୋଜିଛି କ’ଣ ମୁଁ

କେହିବି ହେଲେନି ମୋର।। 2

ସବୁତ ନାଟକ ନିଜର କହନ୍ତି

କରମ କ୍ଷେତ୍ରେ ନଥା’ନ୍ତି

କି ଲାଭ ଅଛି ଯେ ସେ ଆପଣାପଣେ

ଯେବେ କାମେ ନଆସନ୍ତି।। 3

ଏଡି଼କି ସ୍ୱାର୍ଥାନ୍ଧ ସ୍ୱାର୍ଥୀଟି ମଣିଷ

ବିଶ୍ବାସ ପାଉନି ମୋଟେ

ଭଲ ଏଠି ହୁଏ ଭେଲରେ ଗଣତି

ନସୁହାଏ ଭଲା ଯେବେ। ।4

ଭଲ ଏଠି ଭୋଗେ ଦଣ୍ଡ ସିନା ଖାଲି

ମହତ୍ତ ପଣିଆ ବଳି

ଇତର ଜନଟି ଲଭେ ସ୍ଵର୍ଗ ସୁଖ

ମର୍ତ୍ତ୍ୟେ ପରା ଦେହ ବହି।। 5

କରମ କଷଣ ଦେଖୁ ଦେଖୁ କେବା

ସହୁ ନରହରି ଏତେ

ରଖିଛୁ ଏମିତି କେଉଁ ଉପହାର

ଦେବୁ ମଲା ପରେ ମୋତେ।। 0

 

 

 

 

Related posts

ମଜାଟି ଚାଖିବୁ ଚୋଖା

satya

ଭୁଲ୍ ଭୂଲିଆ Bhul Bhulaiye

satya

ଆହେ ମହାବାହୁ

satya

Leave a Comment

Login

X

Register