Satya Prakash
କବିତା

ଅହରହ ହଁ ନା ସ୍ଥିତି

ଭଗବାନଙ୍କର ସ୍ଥିତିକୁ ତ ନେଇ

ଅହରହ ହଁ ନା ସ୍ଥିତି

ମନରେ ଆଶଙ୍କା ଶଙ୍କା ଉପୁଜଇ

ହୁଏ ନାହିଁ ସ୍ଥିର ମତି।। 1

ମୁଁ ବି ସେଇ ପଥେ ପଥିକଟେ ସାଜି

ଖୋଜିଛି  କେଣେ ଯେ କେତେ

ଖୋଜି ଖୋଜି ପୁଣି ପଡ଼ିଛି ଘୁମେଇ

କାହିଁ ସେ ମିଳିନି ମୋତେ।।2

ଏଡିକି ଭାଗ୍ୟଟି ମୋର ସେ କି ହେବ

ପାଇବି ତା’କୁ ମୁଁ ଖୋଜି

ମୋର କାହିଁ ମନେ ପରତେ ଯାଉନି

ପାଇନି ଯେଣୁ ସେ ମୁନି।। 3

ସତେ ତୁମେ ଅଛ ଅବା ପୁଣି ନାହଁ

ପଚାରି ବୁଝିନି କାହେ

କିଏ ସେହୁ ଅବା ଏଡ଼େ ପୁଣ୍ୟ ଜନ

ସଂଶୟ ଫେଡ଼ିଟି କହେ।। 4

କେମିତି ପାଇବି ଉପାୟଟା ବାରେ

କହି ଦିଅନ୍ତ କି ଭଲେ

ନୋହିଲେ କି ଲାଭ ସାଧାନାର ସିଦ୍ଧି

ଖାଲି ଅସଫଳ ହେଲେ। ।5

 

Related posts

ତଣ୍ଡୁଳ ମୁଠେ

satya

ତୁମେ କି ବନ୍ଧୁଟି ବନ୍ଧୁ ପ୍ରିୟ ସଖା

satya

National anti terrorism day

satya

Leave a Comment

Login

X

Register