Satya Prakash
କବିତା

ଆଜି ସବୁଠାରୁ ବଳୀ

“ଆଜି” ସବୁଠାରୁ ଗୁରୁତ୍ୱପୂର୍ଣ୍ଣଟି
ଅଟେ ଆମ ଜୀବନର
“ଅତୀତ” ସୁନ୍ଦର ହେଲେ ହୋଇ ପାରେ
“ଭବିଷ୍ୟତ” ଅନ୍ଧକାର।। 0
ଜୀବନ ଅଳିକ ଆବାହମାନରୁ
ଏହାହିଁ ତ ଧ୍ରୁବ ସତ୍ୟ
ତେଣୁ ବୁଝି କେହି ନିୟନ୍ତ୍ରଣ କରେ
ପ୍ରତ୍ୟେହ ପ୍ରତିଟି କାର୍ଯ୍ୟ।। 1
ଏ କଥାଟି ଜଣା ପ୍ରତିଟି ସୁଯୋଗ
ଆସଇ ଯାହା ଭବିଷ୍ୟେ
ସ୍ଥିରିକୃତ ଆଜି ନିଜ ଗୁଣ କର୍ମେ
ଉଦ୍ଦେଶ୍ୟ ଓ ଅଭିପ୍ରାୟେ।। 2
ଅତୀତ ସୁନ୍ଦର ଭବିଷ୍ୟ ସ୍ବପ୍ନିଳ
ଏହି ଦ୍ୱାହି ଦେଇ ଆମେ
ଅତୀତ ହାତରେ କ୍ରୀଡନକ ସାଜେ
ଆଜିକୁ ତ ଭୁଲିଯାଏ।। 3
ଅତୀତ ଯେବେଟି ଶିକ୍ଷାର ସକାଶେ
ଗୁରୁତ୍ଵ ତ ରଖୁଥିଲା
ଧ୍ୟାନ ଦେଲେ ନାହିଁ ଅଚିରେ ତାହା ତ
ବିନଷ୍ଟ ଯେ ହୋଇ ଗଲା। 4
ଭବିଷ୍ୟତ ଲାଗି ଦୂରଦୃଷ୍ଟି ଲୋଡ଼ା
ସେତକ ତ ଭଲା ଥିଲେ
ଭବିଷ୍ୟତ ତେଣୁ ଅନିଶ୍ଚିତ ହୁଏ
ଆଜିକୁ ଧ୍ୟାନ ନ ଦେଲେ।। 5
ଭବିଷ୍ୟତ କିନ୍ତୁ ନିର୍ଭର କରଇ
ଆଜିର କର୍ମ ଉପରେ
ଅତୀତ ସୁନ୍ଦର ଥିଲା କି ନଥିଲା
ଭାବି ଲାଭ ନାହିଁ ନରେ।। 6
ଅତୀତକୁ କେହି ବଦଳେଇ ନାହିଁ
ହେଉ ପଛେ ଶକ୍ତିଶାଳୀ
ଭବିଷ୍ୟତ ମଧ୍ଯ ଦେଖି ନାହିଁ ଆମେ
ଆଜି ତେଣୁ ମହା ବଳୀ। । 7
ଅତୀତ ନୂହେଁ କି ଭବିଷ୍ୟତ ନୂହେଁ
ନାହିଁ କାହା ନିୟନ୍ତ୍ରଣେ
ବର୍ତ୍ତମାନ କିନ୍ତୁ ନିୟନ୍ତ୍ରାଣାଧୀନ
ରଖ ତାକୁ ନିୟନ୍ତ୍ରଣେ।। 8

Related posts

ଭଗ୍ନାଂଶ

satya

ମହା ବିନାଶ

satya

ଗୀତ ଗୋବିନ୍ଦ ଓ କବି ଜୟଦେବ

satya

Leave a Comment

Login

X

Register