Satya Prakash
Uncategorised

ଆନ୍ତର୍ଜତୀୟ କୁକୁର ଦିବସ

ଆନ୍ତର୍ଜାତୀୟ କୁକୁର ଦିବସ
26 August
By ସତ୍ୟ ପ୍ରକାଶ ସେଠୀ
କୁକୁର ମଣିଷ ବନ୍ଧୁତା ବିଚିତ୍ର
କାଳୁ କାଳ ବହୁକାଳୁ
କୁକୁରର ସାଥି ମଣିଷର ପ୍ରୀତି
ପ୍ରମାଣିତ ପୁରାକାଳୁ।।
କେଉଁଠି କୁକୁର ଗାଡ଼ି ଟାଣୁଅଛି
ପୁଣି ଯଗୁଅଛି ଚୋରି
କେତେବେଳେ ଅବା ଶିକାରରେ ସାଥି
ପାଲଟିଛି ସହଚରୀ।।
ବିଶ୍ବାସନିୟତା ବିଶ୍ବାସପଣିଆ
ଅମାପ ଯାହାର ଶକ୍ତି
କୁକୁରଠିଁ ଠୁଳ ସବୁତକ ଗୁଣ
ଅଛି ତା’ ର ପ୍ରଭୁ ଭକ୍ତି।।
ମଣିଷଟା ସିନା ବେଇମାନ୍ ବଡ଼
କୁକୁରଟା ଗୁଣକର
ଖାଇବ ଯାହାର ଅହରହ ନିଶ୍ଚେ
ଗାଇବ ଗୁଣ ତାହାର ।।
କୁକୁର ପରିକା ଗୃହ ପାଳିତ ଯେ
ହୋଇ ପାରିବେନି କେହି
ପ୍ରଭୁ ଅନୁଗାମୀ ପ୍ରଭୁ ସହଚର
ସବୁ ଦୁଃଖ ନେବ ବୋହି।।

Related posts

ରଜ ସଜବାଜ

satya

ବାପାମାନେ

satya

ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ

satya

Leave a Comment

Login

X

Register