Satya Prakash
Uncategorised

Nutrion day

Nutrition day
By ସତ୍ୟ ପ୍ରକାଶ ସେଠୀ

ଘୋର ଦାରିଦ୍ର୍ଯର କରାଳ ଛାୟା ଯେ
ମନରେ ଭରିଛି ଚିନ୍ତା
କେବେ ସେ ହଟିବ ଶାନ୍ତି ବିରାଜିବ
ଭାଙ୍ଗି ଯାଉଅଛି ଅଣ୍ଟା ।।

ଭୋକ ଉପବାସେ ସଢୁଛି ଜନତା
ଉପାୟ ପାଉନି ଖୋଜି
ପୃଷ୍ଟିକର ଅବା ପୋଷକ ଭୋଜନ
ନାହିଁ ତା’ର ଭାଗ୍ୟେ ଆଜି।।
ସୁଷମ ଖାଦ୍ୟର ସୁଷମ ବଣ୍ଟନ
ଅତ୍ୟାବଶ୍ୟକତା ବିଶେଷ
ସବୁରି ବିକାଶ କଲେ ସିନା ହେବ
ସପୋଷଣୀୟ ବିକାଶ।।
ଜାତି ଓ ଦେଶର ବିକାଶ ସାଧନ

ହେଉ କି ନହେଉ କାହିଁ
ଖାଦ୍ୟାଭାବରେ ନମରନ୍ତୁ କେହି
ଆଜିର ସଂକଳ୍ପ ଏହି।।

Related posts

ଏକ ହାସ୍ୟ କଥା

satya

ସର୍ବପଲ୍ଲୀ

satya

ନଭଶ୍ଚୁମ୍ବୀ

satya

Leave a Comment

Login

X

Register