Satya Prakash
କବିତା

ଆବିଷ୍କାର ସୁରକ୍ଷା ଆଇନ୍

ଆବିଷ୍କାର ସୁରକ୍ଷାPatent protection By ସତ୍ୟ ପ୍ରକାଶ
—————————————-
ବୌଦ୍ଧିକ ସମ୍ପଦ ଅତି ମୂଲ୍ୟବାନ୍ ଅର୍ଥ ଦେଇ କେହି କିଣେ
ପୃଷ୍ଟପୋଷାକତା କରି ଧନୀ ଜନ
ଅଚିରେ ସବୁ ସେ ଯିଣେ ।।1
ଜ୍ଞାନର ଗାରିମା ଲଭେ ଗିରି ଜନ
ଅଜ୍ଞାନକୁ ଶ୍ରେୟ ମିଳେ
ସ୍ରଷ୍ଟାର ସୃଷ୍ଟିକୁ ମିଳୁନି ସ୍ୱୀକୃତି
ଲୁଟିନିଏ ସବୁ ଛଳେ। । 2
ଆଇନ୍ ବ୍ୟବସ୍ଥା ହେଉ କଡ଼ାକଡ଼ି
ଦଣ୍ଡ ଭୋଗୁ ପାଜି ଦଳ
ନୋହିଲେ ସ୍ରଷ୍ଟାର ବିଶ୍ବାସ ତୁଟିବ
ହତାଶାରେ ଯିବ ବେଳ।। ।3
ଗୁଣୀ ଚିହ୍ନି ଗୁଣ ଗୁଣିଆକୁ ଶ୍ରେୟ
ହେଉ ଆମ ପୁଣ୍ୟ କର୍ମ
ତହୁଁ ସିନା ହେବ ଜ୍ଞାନ ବିଜ୍ଞାନର
ପ୍ରକୃତ ପ୍ରସାର ଧର୍ମ।।

Related posts

ଫନି

satya

ପ୍ରତିଶ୍ରୁତି ପଡ଼େ ବନ୍ଧା

satya

ପ୍ରେମ ପାଠ ଦୁଇଟି ଅକ୍ଷର

satya

Leave a Comment

Login

X

Register