Satya Prakash
କବିତା

ଆମ ଗାଁ ହାଲଚାଲ

ଆମ ଗାଁ ହାଲଚାଲ
—by ସତ୍ୟ ପ୍ରକାଶ ସେଠୀ
ଆମ ଗାଁ ହାଲଚାଲ ବେଶ୍ ମଜାଦାର
ଏବେ ସହରଠୁ ଗାଁ ହେଲାଣି ବେହାଲ୍
ଏଠି ଆଉ ନାହିଁ ସାହୁକାର ଜମିଦାର
ହେଲେ ଦଳାଦଳି ରାଜନୀତି ସବୁ ଖାଇଲା
ତା ‘ବାଡ଼ି ଦେଇ ନଦୀ ତୁଠ ଯାଏନି ମୁଇଁ
ମୋ ଜମି ଦେଇ ହଳ ବଳଦ ସେ ଆଣେନି।
ନିଶାପ ହୁଏନି ଆଉ ଦିଅଁଙ୍କ ଚକଡାରେ
ମାମଲା ଯାଇ ତ ଫିଟ୍ କୋର୍ଟ କଚେରୀରେ।
ଟିକିଏ କଥାରେ ଖାଲି ବାଡ଼ି ଠେଙ୍ଗା ଉଠେ
କେହି କାହା କଥାକୁ ଆଦୌ ସହି ନପାରେ।
ଗ୍ରାମ୍ୟ ରାଜନୀତି ଗାଁ ମୁଖିଆଙ୍କ କୂଟନୀତି ଗାଁଟାକୁ ଏବେ କଲାଣି ଓଲଟ ପାଲଟ।
ଭାଗବତ ଟୁଙ୍ଗି ଆଜି ତ ପରିବର୍ତ୍ତିତ
ମଦୁଆ ନିଶାଡି ଆଉ ଜୁଆଡି ଆଡ୍ଡାରେ।
କ୍ଲବ ପିଣ୍ଡାରେ ବେକାରୀ ଟୋକାଏ ଦଳଦଳ
ହୋଇ ଖାଲି ମରନ୍ତି ଏଣେତେଣେ ଟହଲ
ୟା ତା’ବାଡିରୁ ଚୋରେଇ କଖାରୁ ବତକ
ଭୋଜି ଭାତ କରି ପେଟେ ଖାଆନ୍ତି
ଚାନ୍ଦା ଚପଟ ନେଇ ହରିଲୁଟ କରନ୍ତି
ଶୋଧାଶୋଧି କରି ଗାଁଟାକୁ ଉଚ୍ଛନ୍ନ ରଖନ୍ତି
ଅସାମାଜିକ କାର୍ଯ୍ୟ କଳାପ ବହୁତ ବଢେ
ପ୍ରତିବାଦ କଲା ଉତ୍ତାରୁ ଦମେ ଛେଚନ୍ତି
ଆଇନର ଆଶ୍ରୟ ଯେ ନେବାକୁ କହିଲେ
ଜୀବନରୁ ମାରି ଦେବାକୁ ଧମକ ଦିଅନ୍ତି
ଅତି ଗରିବ ଲୋକ ବେଦନା ସହେ
ମାଲି ମୋକଦ୍ଦମାରେ ପଡି ଗାଁକୁ ଭୂଲେ
ଗାନ୍ଧିଜୀଙ୍କର ଗାଆଁକୁ ଫେରି ଚାଲ ମନ୍ତ୍ର
ଆଉ କରୁନି କାମ ଗାଁକୁ ମାଡୁଛି ଡର
ତଥାପି ଏତେମତେ ଦାରୁଣ୍ଯ କାରୁଣ୍ୟ
ପାରିନି ଲିଭାଇ ମୋ ଜନ୍ମ୍ ମାଟିର ମୋହ।।

Related posts

Nutrition day

satya

ସେ କ’ଣ ମୋ ଅନ୍ତରଙ୍ଗ

satya

ବିଦାୟ ବେଳାରେ ମାଗୁଛି ମେଲାଣି

satya

Leave a Comment

Login

X

Register