Satya Prakash
କବିତା

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣମୀ
—————–
ଶରଦ ପୂର୍ଣିମା ଫସଲ ଅମଳ
ଉତ୍ସବଟି ସର୍ବ କାଳେ
ବର୍ଷା ରୁତୁ ଶେଷେ ଆଶ୍ୱିନ ମାସରେ
ପୂର୍ଣିମା ତିଥିରେ ପାଳେ।। 0
କୁଆଁରୀ ଝିଅ ତ କୁମାର ସକାଶେ
ଉପବାସ ବ୍ରତ ମତେ
ସୁନ୍ଦର କୁମାର ମିଳିବ ଯେ ଭାଗ୍ୟେ
ମନରେ ଆଶ ଯେ କେତେ।। 1

ଖଇ ଛେନାରେ ତ ଗୋଲ ମୁହଁ ଆଙ୍କି
ବନ୍ଦାପନା ଥାଳି ଧରେ
ସତେକି ଜହ୍ନଟି ପରାଏ ମୁହଁଟି
ହେବା ବିଶ୍ବାସଟି ଭରେ।।


ସୂର୍ଯ୍ୟ ଉଦୟଠୁଁ ସୂର୍ଯ୍ୟ ଅସ୍ତ ଯାଏଁ
ଏହି ଓଷା ରଖା ଯାଏ
ତୁଳସୀ ଚଉଁରା ମୂଳରେ ବସିଣ
ସୂର୍ଯ୍ୟଙ୍କୁ ଅର୍ଘ୍ୟ ଯେ ଦିଏ। 2
ରବି ଆଗମନେ ସିନ୍ଦୁରା ଫାଟିଲେ
କୁଆଁରୀ ଗଣ ତ ସିଏ
ସାତ ଫଳ ରଖି ବାଉଁଶ କୁହ୍ଲାରେ
ସୂର୍ଯ୍ୟଙ୍କ ଟେକି ତ ଦିଏ। 3
ରାତିରେ ସଭିଏଁ ଖେଳ କୁଦ ନାଚ
କରନ୍ତି କୁମାରୀ ମିଳି
ଗାଆନ୍ତି ଗୀତ ଯେ ବଉଳ ବେଣୀ ଲୋ
ପକାଇଣ ହୁଳହୁଳି ।। 4
ଚାନ୍ଦ ଭଳି ଗୋଲ ସୁନ୍ଦୁରିଆ ବର
ପ୍ରାପ୍ତି କାମନା କରିଣ
ଅବା କାର୍ତ୍ତିକେୟ ପରା ରୂପ କାନ୍ତି
ଇଛନ୍ତି କାମିନୀ ଗଣ।। 5
ରାତ୍ରିରେ ତେଣୁ ତ ଚାନ୍ଦ ବନ୍ଦାପନା
ଲାଗି ରାତ୍ରି ଉଜାଗର
ଏ ପରା ନିଆରା ଓଡ଼ିଆ ପରବ
ଖୁସି କୁଆଁରୀ ମନର ।।6
By ସତ୍ୟ ପ୍ରକାଶ ସେଠୀ

 

Related posts

ଲାଲ ବାହାଦୂର Lal bahadur

satya

ଜୀବନ ଗଣିତ ବହି jibana ganita bahi

satya

ଭିନ୍ନ୍ ଏକ ନୂଆ ଗଢା ସମାଜ

satya

Leave a Comment

Login

X

Register