Satya Prakash
କବିତା

କେମନ୍ତେ ଲୋ! ବହି

ତୁହି ମା ଜନନୀ ଅଟୁ ତ ସବୁରି

ସର୍ବେ ସନ୍ତାନ ତୋହରି

ତେଣୁ ତୁ ପୂଜିତା ଅର୍ଚ୍ଚିତା ବନ୍ଦିତା

ସକଳେ ହେବେ ବା କାହିଁ? 1

ଗର୍ଭେ ଦଶ ମାସ ଦଶ ଦିନ ଧରି

ସହିଛୁ ଯାହାର ଲାଗି

ଗରଭ ବେଦନା ପାଦେ ଦେଇ ଠେଲି

ପାରିବୁ କି ପର କରି? 2

ଯେତେ ଯିଏ ମାରୁ ଅବା କିଏ ପିଟୁ

ସର୍ବେ ଦେଖୁ ପରା ତୁହି

କେମନ୍ତେ ଲୋ ବହି ଏଡେ ସମ ଭାବ

କ’ଣ ଜନମିଛୁ ବୋଲି? 3

ତୋଠାରୁ ଅନ୍ତର ଅବା ଅନ୍ତରଙ୍ଗ

କାହାକୁ ପୁଣି ଯେ କରୁ

ଆଦି ନିୟାମକ ସ୍ରୁଷ୍ଟିକର୍ତ୍ତି ଯେଣୁ

ସକଳ ସୃଷ୍ଟିର ସାଜୁ। 4

ଅପରାଧ ମୋର କ୍ଷମା କର ମାତ

କରିବିନି ଯେ ଅମାନ୍ୟ

ଶପଥୁ ଅଛି ମୁଁ ପୟରେ ତୋହରି

କେବେ ଆଉ ତୋର ବାକ୍ଯ।। 5

ବୁଝିଲିଣି ଏବେ ମମତାର ମୂଲ

ନପାରେ ପଛକେ ଶୁଝି

ହତଭାଗାଟା ଯେ ମୁଁ କେତେ ଯେ ପାଇଛି

ଜୀବନଟା ସାରା ରୁଣୀ।। 0

 

 

Related posts

ଘଟଗାଁ ତାରିଣୀ

satya

କଥା Talk

satya

ଦେନ୍ଯ

satya

Leave a Comment

Login

X

Register