Satya Prakash
କବିତା

ପ୍ରଣାମୀ

ପ୍ରଣାମୀ
—-by ସତ୍ୟ ପ୍ରକାଶ ସେଠୀ
ଘର ଛାଡିବା ଆଗୁ ଭୂଲି ନଥାଏ
ମୋ ମା ସରାଗର ସେଇ କେଇପଦ
ମିଠା କଥା ଯାହା ମୋତେ ନେଇଯାଏ
ଆଗୁସାର୍ କରି ମୋ କର୍ମଭୂମା
ମୋ ମାଆର ଅପାଶୋରା ସେଇ ସ୍ମୃତି
ଆଜି ବି ମୋ ପାଇଁ ଅମୂଲ୍ୟ ନିଧିଟି
ଯାହା ସ୍ୟାହି ହୋଇ କେବା ଝରିଯାଏ
ମୋ ଲେଖନୀ ମୁନର ତୀବ୍ର ଆହ୍ଵାନେ
ତା କଣ୍ଠରୁ ନିସୃତ ମଧୁର ସ୍ଵନ
ମୋ କବିତା ନିକୁରମ୍ବେ, ଅନ୍ତଃସ୍ଵର
ତା’ ଗୀତି ମୋ କବିତାର ସ୍ୱାଛନ୍ଦ ଛନ୍ଦ
ମୋ କବିତାର ନିଅଣ୍ଟିଆ ଶବ୍ଦମାନେ
ମୋ ମାଆ ଓଠରେ ଶବ୍ଦାୟିତ
ଗୋଟାପଣେ, ଖାଣ୍ଟି ଓଡ଼ିଆଣୀ ଭାଷା
ଏଣୁ ମୁଁ କବିତା ଲେଖେ, ଭିନ୍ନ୍ ଢ଼ଙ୍ଗେ
ପ୍ରେରଣା ଟିକକ ଯେଣୁ ପାଇଥିଲି
ଦିନେ ତା’ଠାରୁ ଶରଧାରେ ଏତେ କରି
ଧନ୍ଯ ସେ କବି ନିଆରା ତା’ କବିପଣ
ତାକୁ ଆଜ ଦିଏ ଏ କ୍ଷୁଦ୍ର ପ୍ରଣାମୀ।।

Related posts

ଫଳନ୍ତି ଓ ଅଫଳନ୍ତି ବୃକ୍ଷ

satya

ନୂଆ ବରଷ ବରଷ ଉଣେଇଶି

satya

କଣା ଶୁକ୍ରାଚାର୍ଯ୍ୟ

satya

Leave a Comment

Login

X

Register