Satya Prakash
କବିତା

ନା ଲୋ ବୋଉ!

ନା ଲୋ ବୋଉ!
—by ସତ୍ୟ ପ୍ରକାଶ ସେଠୀ
ସେଦିନ ମୋତେ କହୁ ନଥିଲୁ ନା ଲୋ ବୋଉ!
ତୁ ଏମିତି ବଡ଼ ହେଲେ କେତେ ତ ଲେଖିବୁ
ମୁଁ ତୋ ପାଖରୁ ଭୂତ ପ୍ରେତ କୃଷ୍ଣ ସୁଦାମା
ବୁଢୀ ଅସୁରୁଣୀ ଅସୁର କାହାଣୀ ଶୁଣି
ଯେତେବେଳେ ଭୟରେ ଶୀତେଇ ଉଠୁଥିଲି

ବେଳେ ଡରି ତୋ ପାଖକୁ ଲାଗି ଯାଉଥିଲି
ମୋତେ ପଣତ ଢାଙ୍କି ଦେଇ  କୁଣ୍ଢାଇ ଧରି

କ’ଣ କହୁଥିଲୁ ମନେ ଅଛି ନା ଲୋ ବୋଉ!
ଏଗୁଡାକ ସବୁ ମନଗଢ଼ା କାହାଣୀ ତୁ!
ବଡ଼ ହେଲେ ଏମିତି କେତେ ଲେଖିବୁ
ତୋର ସେ ପ୍ରତିଟି କଥା ମନେ ଅଛି ବୋଉ
ଯାହା ସବୁ କାହାଣୀ ହୋଇ ଝରି ଯାଇଛି
ମୋ ଲେଖନୀ ମୁନର ସ୍ପର୍ଶେ, ହେଲେ ତୁ ନାହୁଁ
ଏଠି ଖାଲି ଥରୁଟିଏ ଦେଖିବାକୁ ତାକୁ

Related posts

National anti terrorism day

satya

ଅହମିକା

satya

ଜଗତ ବେଭାର

satya

Leave a Comment

Login

X

Register