Satya Prakash
  • Home
  • Book
  • ଗାଁରୁ ସିନେଟ୍ ଯାଏଁ ପୁସ୍ତକ
Book

ଗାଁରୁ ସିନେଟ୍ ଯାଏଁ ପୁସ୍ତକ

ଉତ୍ସର୍ଗ
——–
ମୋ ବଡ଼ ଭଉଣୀ – ମାନେ କମଳା ଦେଇ, ଜଣେ ସରଳ ନିଷ୍କପଟ ମଣିଷ ଭବରେ ବେଶ୍ ଜଣାଶୁଣା। ମୁଁ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲି ସେ ହୋଇଥିଲା ପରଘରୀ। ତେଣୁ ଅଳ୍ପ କେତୋଟି ଛାଡ଼ି ଦେଲେ ବିଶେଷ କିଛି ମୋ ପିଲାବେଳର ସ୍ମୃତି ତା’ସହିତ ନାହିଁ। ତଥାପି କାହିଁକି କେଜାଣି ମୋ ପାଇଁ ସେ ଭାରି ବ୍ୟସ୍ତ ହୁଏ। ମୁଁ କେଉଁଠି ଅଛି, କ’ଣ କରୁଛି ସବୁ ହିସାବ କିତାବ ସେ ରଖି ଥାଏ। ଦରକାର ପଡ଼ିଲେ ସାହାଯ୍ଯ ସହଯୋଗର ହାତ ବଢ଼ାଇ ଦିଏ ଓ ମୋ ଭଲମନ୍ଦ ପଚାରି ବୁଝେ। ଏହିବୋଧେ ଭାଇଭଉଣୀର ନିଆରା ସମ୍ପର୍କ ଓ ହୃଦୟର ବିଶେଷ ଭାବ, ଯେଉଁଠି ଆନ୍ତରିକତାର ମନ ପ୍ରାଣ ପରିପୂର୍ଣ୍ଣ ହୋଇଯାଏ । ଦେଇ ଲୋ! ସଂସାରର ଝଡଝଞ୍ଜାରେ ଥକି ନପଡ଼ି ତୁ ଆଗକୁ ବାଟ ଚାଲ, କାହିଁକି ନା ଆହୁରି ଅନେକ ପଥ ଅଛି ଅତିକ୍ରମ କରିବାକୁ। “ମୁଁ ବାହା ହେବି “ପୁସ୍ତକ ପ୍ରକାଶନ ଅବସରରେ ପୁସ୍ତକଟି ତୋତେ ଉତ୍ସର୍ଗ କରି ତୋ ଦୀର୍ଘ ଜୀବନ କାମନା କରୁଛି କି ତୁ ଏଇମିତି ମୋ ପାଖେ ପାଖେ ସଦା ଦିନ ରହିଥା’ ନିରୋଗ ରହି।
(ଇତି)
ତୋ ସାନଭାଇ ବାବୁଲା

ଅଳ୍ପରେ…
————–
ସାହିତ୍ୟିକ ହେଉଛି ସମାଜର ବାର୍ତ୍ତାବହ। ସେ ସମାଜରେ ଅହରହ ଘଟୁଥିବା ଘଟଣାବଳି ଉପରେ ସଦାସର୍ବଦା ତିକ୍ଷ୍ଣ ନଜର ରଖିଥାଏ, ଯାହା ତା ସାହିତ୍ୟିକ କୃତିରାଜିରେ ପରିପ୍ରକାଶ ଲଭେ। ଆଜିଯାଏଁ ସମାଜ କେତେବାର ବଦଳିଛି ଓ କେତେ କେତେ ନୂଆ ରୂପ ପରିଗ୍ରହ କରିଛି – ତାହା କହିହେବ ନାହିଁ। ତଥାପି ଯେତେବେଳେ ବା ସମାଜ ବଦଳିଛି ସେତେବେଳେ ଏହି ସାହିତ୍ୟିକର ଭାବଧାରା ବା ବିଚାରଧାରା ତାହାରି ମୂଳରେ ମୂଳପିଣ୍ଡ ବା ମୂଳତତ୍ତ୍ଵ ହୋଇ ଛିଡ଼ା ହୋଇଥାଏ। ସମାଜକୁ ନୂଆ ନୂଆ ଚିନ୍ତା ଓ ଚେତନା ଗୁଡ଼ିକ ଏହି ସାହିତ୍ୟିକ ହିଁ ଆଣି ଥାଏ।ତେଣୁ ସାହିତ୍ୟିକ ହେଉଛି ସମାଜର ସୁଧାରକ ।ତା’ର ଲକ୍ଷ୍ୟ ସମାଜରୁ ସମସ୍ତ ପ୍ରକାର କଳୁଷ ବିନାଶ କରି ଏକ ନୂତନ ଆଲୋକରେ ଉଦ୍ଭାସିତ କରିବା। ତେଣୁ ଅହରହ ତା’ର ପ୍ରଚେଷ୍ଟା ଜାରି ରହିଥାଏ ସମାଜରେ ଦେଖାଦେଉଥିବା ଦୋଷ ଦୁର୍ବଳତାକୁ ଅକ୍ଳେଶରେ ଅଙ୍ଗୁଳି ନିର୍ଦ୍ଦେଶ କରି ଏକ ଉଚ୍ଚକିତ ସ୍ଵପ୍ନରେ ସେ ସୁଦୂର ଭବିଷ୍ୟତର ପରିକଳ୍ପନା କରେ। ଯାହା ଫଳରେ କି ସମାଜରେ ପରିବର୍ତ୍ତନର ଝଲକ ସ୍ୱତଃ ଅନୁଭୂତ ହୁଏ।
ସାହିତ୍ୟିକ ଯେତେବେଳେ ସେ ତା’ର ସାହିତ୍ୟ ସାଧନା କରେ ସେତେବେଳ ସେ ବାର୍ତ୍ତାଟିଏ ଦେବାକୁ ପ୍ରଯତ୍ନଶୀଳ ହୋଇଥାଏ।, ଯାହା ଲେଖକୀୟ ଅଭିବ୍ୟକ୍ତି ଭାବେ ପାଠକର ହୃଦୟକୁ ବେଶ୍ ଆନ୍ଦୋଳିତ କରେ। ପାଠକ ମସ୍ତିଷ୍କରେ ଜୋହର୍ ଲଗେଇ ତା’ ଉପରେ ଭାବିବାକୁ ଏକ ରକମର ବାଧ୍ୟ ହୁଏ। ତେଣୁ ତାହାର ପ୍ରଭାବ ସୁଦୂର ପ୍ରସାରୀ ହୋଇଥାଏ। ଏହି ଦୃଷ୍ଟିକୋଣରେ ବିଚାର କଲେ, ଏଥିରେ ସ୍ଥାନିତ କେତେଗୁଡିଏ ଗଳ୍ପ ରହିଛି, ଯେଉଁଥିରେ କି ସାମାଜିକ ପରିବର୍ତ୍ତନର ସ୍ଵର ଅତ୍ୟନ୍ତ ଭାସ୍ଵର। ସାଧାରଣ ମଣିଷର କଥିତ ଭାଷାକୁ ନେଇ ଗଳ୍ପଗୁଡିକର ସ୍ରୁଷ୍ଟି ପରିକଳ୍ପନା କରାଯାଇଥିଲେ ହେଁ ଘଟଣାକ୍ରମର ଖୁବ୍ ପ୍ରବାହ ପରିଲକ୍ଷିତ ହୁଏ। ବର୍ଣ୍ଣନାଶୈଳୀରେ ନିଛକ ଓ ବାସ୍ତବତା ଫୁଟାଇବାକୁ ପ୍ରୟାସ କରାଯାଇଛି। ଆଶା ଗଳ୍ପ ଗୁଡ଼ିକ ପାଠକ ମାନଙ୍କର ଆଦର ଓ ଆଦୃତି ଲାଭ କରିବ-ମୁଁ ତ ପ୍ରୟାସ କରିଛି ମାତ୍ର । ଲେଖାଗୁଡ଼ିକ ବିଭିନ୍ନ୍ ୱେବ୍ ପୋର୍ଟାଲ, ଇ – ପତ୍ରିକା ଓ ନାମୀଦାମୀ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ଵୀକୃତି ପାଇଥିଲା ବେଳେ ଲେଖକ ତ ଖୁବ୍ ଆଶାବାଦୀ, ହେଲେ ଆପଣମାନେ ଯଥାର୍ଥରେ ପ୍ରକୃତ ବିଚାରକ ଯେଉମାନଙ୍କର ମତାମତ ଓ ସହୃଦୟତା ଉପରେ ଲେଖା ଗୁଡ଼ିକର ସଫଳତା ନିର୍ଭର କରୁଛି।
ଏହି ପୁସ୍ତକ ପ୍ରକାଶନ ଅବସରରେ ପ୍ରକାଶକ ଶ୍ରୀଯୁକ୍ତ – – – – – ଙ୍କୁ ଅନେକ ଅନେକ ଧନ୍ୟବାଦ ଓ କୃତଜ୍ଞତା ଜଣାଇବି ଯିଏ କି ପୁସ୍ତକଟିକୁ ପ୍ରକାଶ କରିବା ପାଇଁ ଯଥେଷ୍ଟ ଆନ୍ତରିକତା ପ୍ରକାଶ କରିଛନ୍ତି।
(ଇତି)
କଥାକାର
(ସତ୍ୟ ପ୍ରକାଶ ସେଠୀ)

ସୂଚୀପତ୍ର
———-(
1.ଗାଁରୁ ସିନେଟ୍ ଯାଏଁ
2.ମଲା ପୁଅ ବଞ୍ଚିଲା
3.ମୁଁ ବାହା ହେବି
4.ବନ୍ଧୁର ବନ୍ଧୁତା ସତେକି ବନ୍ଧୁର
5.ପଣ୍ଡିତ ସାର୍ ଓ ସମ୍ବର୍ଦ୍ଧନା ସଭା
6.ଏକ ଆଧ୍ୟତ୍ମିକ ଦ୍ୟୋତନା
7.ରାଜନୈତିକ ଆକାଶ
8.କାଗଜ କଳ
9. ମାଷ୍ଟ୍ରାଣୀ
10.ରାଣୀ
11.ଦାୟୀ କିଏ
12.ବିଶ୍ଵାସର ସୀମା ଲଙ୍ଘନ
13.ଅଶାନ୍ତ ଗ୍ରହ
14.ରାମିଆ
15. ମାଂସ କଣ୍ଟା

Related posts

My bio

satya

ଆତ୍ମ ଜୀବନୀ Auto biography

satya

ପରିତ୍ୟକ୍ତ କୋଠି

satya

Leave a Comment

Login

X

Register