Satya Prakash
କବିତା

ଗାନ୍ଧୀ ଜୟନ୍ତୀ Gandhi Jayanti

ଅକ୍ଟୋବର ଦୁଇ ପାଳିତ ଦେଶରେ
ଜୟନ୍ତୀ ଗାନ୍ଧୀ ମହାତ୍ମା
ଗୁଜୁରାଟ ରାଜ୍ୟେ ପୋର୍ ବନ୍ଦରଠିଁ
ଜନ୍ମି ଥିଲେ ଯୋଗଜନ୍ମା।। 1
ନୁହଇଁ କେବଳ ଭାରତ ମାଟିରେ
ଅନ୍ୟାୟର ବିରୋଧରେ
କରିଥିଲେ ସେ ଯେ ସ୍ଵର ଉତ୍ତୋଳନ
ଲଢିଥିଲେ ବିଦେଶରେ।। 2
ସେ ଅଠର ଶହ ଅଠାଅଶୀଠୁଁ ଯେ
ବିଦେଶ ଗସ୍ତଟି କରି
ଉଣେଇଶି ଶହ ପନ୍ଦର ବେଳକୁ
ଫେରେ ଅନୁଭୂତି ଧରି।। 3
ସ୍ଵଦେଶୀ ଯେ ଆଣ ବିଦେଶୀ ହଟାଅ
ଦେଇଥିଲେ ପୁଣି ରଡି
ଯାହାଙ୍କ ନେତୃତ୍ୱେ ଏ ଦେଶ ମାତୃକା
ଗୋଡ଼ୁ ଫିଟି ଥିଲା ବେଡି। ।4
ଅସହଯୋଗଠୁଁ ଆଇନ୍ ଅମାନ୍ୟ
ଭାରତ ଛାଡ଼ର ପରା
କରିଥିଲେ କେତେ ଆନ୍ଦୋଳନ ଦେଇ
ଅହିଂସାର ସେ ଡାକରା।। 5
ଶାନ୍ତି ପ୍ରିୟ ନେତା ଅହିଂସାର ଅସ୍ତ୍ରେ
ଭାଙ୍ଗିଲେ ଅଙ୍ଗ୍ରେଜୀ ବଳ
ଏ ଦେଶ ଛାଡ଼ିଣ ବାହୁଡିଲେ ଶେଷେ
ଫିରିଙ୍ଗି ବେପାରୀ ଦଳ।। 6
ରହିଥିବା ଯାଏଁ ତ୍ରିରଙ୍ଗା ପତାକା
ତୁମେ ଝୁରୁଥିବ ସଦା
ଏ ପାଣି ପବନ ଏ ଦେଶ ଜନତା
ତୁମ ଠାରେ ରଖି ଶ୍ରଦ୍ଧା।। 7
ସ୍ୱାଧୀନତାର ଯେ ମହାର୍ଘଟି ଟେକି
ଏ ଦେଶ ଜନତା ହାତେ
ହସି ନେଲ ବରୀ ଆତତାୟୀ ଗୁଳି
କେବା କାଳେ କବଳିତେ ।। 8
ଘୋଟିଲାଣି ଦେଶେ କଳା ବାଦଲଟି
ତୁମେ ଛାଡିଲାଠୁଁ ଘଟ
ଏ ଦେଶ ଆଜି ଯେ ମୁରବୀହୀନଟି
ଅନ୍ଧାରେ ପାଉନି ବାଟ।। 9
ଆଜ ଏଠି ଲୋଡ଼ା ତୁମ ପରି ନେତା
ଦେଶରୁ ଶଙ୍କଟ ଟାଳି
ଯେଉଁ ନେତା ଆମ ପାରିବ ଦେଶରେ
ଶାନ୍ତିରେ ଜନତା ପାଳି।। 0

Related posts

ତମାଖୁ

satya

ଏମାନଙ୍କୁ ଟିକେ ପାରି କର ହେ ହାରି ଗୁହାରୀ

satya

ଭୁଲ୍ ଭୂଲିଆ Bhul Bhulaiye

satya

3 comments

oprolevorter 9th August 2019 at 3:03 am

I like this post, enjoyed this one regards for posting.

Reply
additional resources 21st January 2020 at 1:29 am

Hmm is anyone else having problems with the pictures on this blog loading? I’m trying to find out if its a problem on my end or if it’s the blog. Any responses would be greatly appreciated.

Reply
indulgence 11th February 2020 at 5:54 pm

Awesome blog! Do you have any helpful hints for aspiring writers? I’m planning to start my own website soon but I’m a little lost on everything. Would you suggest starting with a free platform like WordPress or go for a paid option? There are so many choices out there that I’m totally overwhelmed .. Any suggestions? Many thanks!

Reply

Leave a Comment

Login

X

Register