Satya Prakash
Uncategorised

ଜାତୀୟ କ୍ରୀଡା ଦିବସ

ଜାତୀୟ କ୍ରୀଡା ଦିବସ

  1. 8.20
    By ସତ୍ୟ ପ୍ରକାଶ ସେଠୀ
    ଧ୍ୟାନ ଚାନ୍ଦ ପରା ତିନି ତିନି ଥର
    ଜିତି ଥିଲେ ଅଲମ୍ପିକ୍
    ଅଳ୍ପ ବୟସରୁ ସୈନ୍ୟ ବାହିନୀରେ
    ଯୋଗଦାନ ଥିଲା ୟାଙ୍କ ।।
    ଭାରତୀୟ ହକି ଛୁଇଁ ଥିଲା ଚୂଡ଼
    ତାଙ୍କରି ପ୍ରୟାସ ମୂଳେ
    ଦେଶ ଓ ଜାତିକୁ ଗୌରବାମଣ୍ଡିତ
    କରିଥିଲେ ସିଏ କାଳେ ।।
    ଯାହାଙ୍କ ଜନମ ତିଥିକୁ ପାଳିବା
    କ୍ରୀଡା ଦିବସଟି ରୂପେ
    ହକିର ବିକାଶ କ୍ରୀଡାର ଉତ୍କର୍ଷ
    ତାଙ୍କରି ନାମକୁ ଜପେ।।
    ଫିଟ ଇଣ୍ଡିଆ ର ସ୍ଲୋଗାନ୍ ଦିଅନ୍ତି
    ଆଜି ତ ପ୍ରଧାନ ମନ୍ତ୍ରୀ
    ତେଣିକି ନିଜକୁ ଫିଟ ତ ରଖିବା
    ଏ କଥାକୁ କରି ପୃଷ୍ଟି।।

Related posts

ବର୍ଷା ଆହ୍ଵାନ

satya

ପଥିତ ଯଶା ପୁରୁଷୋତ୍ତମ

satya

ସ୍ଵର୍ଗତଃ ଭୈରବ ଚନ୍ଦ୍ର

satya

Leave a Comment

Login

X

Register